ଅନୁଗୋଳରେ ୭.୨୦ କୋଟିର ରାସ୍ତା ପ୍ରକଳ୍ପ ଶିଳାନ୍ୟାସ: ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ଭିତ୍ତିପ୍ରସ୍ତର ସ୍ଥାପନ

You are currently viewing ଅନୁଗୋଳରେ ୭.୨୦ କୋଟିର ରାସ୍ତା ପ୍ରକଳ୍ପ ଶିଳାନ୍ୟାସ: ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୋଳ: ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁମୁରିସିଂହା ପଞ୍ଚାୟତର କାବୁଲିପାଳ ଠାରେ ଏକ ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୭ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା କୁମୁରିସିଂହା ଠାରୁ ଚମ୍ପତିମୁଣ୍ଡା ଭାୟା କାବୁଲିପାଳ, ବଲ୍ଲଭପୁର ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନୁଗୋଳ ଲୋକପ୍ରିୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଦଳୀୟ ନେତୃବୃନ୍ଦ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ରାସ୍ତା ନିର୍ମାଣ ହେଲେ କୁମୁରିସିଂହା, କାବୁଲିପାଳ, ବଲ୍ଲଭପୁର ଓ ଚମ୍ପତିମୁଣ୍ଡା ଅଞ୍ଚଳର ହଜାର ହଜାର ଲୋକ ଉପକୃତ ହେବେ।

କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ହାଡିବନ୍ଧୁ ଦେହୁରୀ, ବିଜେପି ନେତା ଶେଷଦେବ ସାହୁ, ପ୍ରଶାନ୍ତ ପୃଷ୍ଟି, ଅମୂଲ୍ୟ ପ୍ରଧାନ, ପଞ୍ଚାୟତ ସଭାପତି ପ୍ରଶାନ୍ତ ପ୍ରଧାନ, ବଡକେରା ମଣ୍ଡଳ ସଭାପତି ସୁଲଭ ଦେହୁରୀ, ପ୍ରମୋଦ ସାହୁ, ମାନସ ପ୍ରଧାନଙ୍କ ସମେତ ଦଳର ବହୁ କର୍ମକର୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳରେ ଗମନାଗମନ ସୁବିଧା ବୃଦ୍ଧି ସହ ଆର୍ଥିକ ବିକାଶରେ ଏହି ରାସ୍ତା ସହାୟକ ହେବ ବୋଲି ଉପସ୍ଥିତ ନେତୃବୃନ୍ଦ ମତ ପ୍ରକାଶ କରିଥିଲେ।

Share

Leave a Reply