୬୪ ବର୍ଷରେ ବଜାର ଛକ ଲକ୍ଷ୍ମୀ ପୂଜା ମେଢ଼: ମୂର୍ତ୍ତି ଓ ସାଜସଜ୍ଜାରେ ଲାଗିଛି ୧୧ ଲକ୍ଷ ଟଙ୍କାର ଡ୍ରାଏ ଫ୍ରୁଟ୍ସ୍

0

 

ଅନୁଗୁଳ: ୧୯୬୧ ମସିହାରେ ପ୍ରତିଷ୍ଠା କରାଯାଇଥିବା ଲକ୍ଷ୍ମୀ ନାରାୟଣ ପୂଜା କମିଟି ଚଳିତ ବର୍ଷ ୬୪ ତମ ପୂଜା ଉତ୍ସବ ପାଳନ କରୁଛି। ଏହି କମିଟି ର ବିଶେଷତ୍ଵ ହେଲା ଲକ୍ଷ୍ମୀଙ୍କ ସହ ସବୁବେଳେ ନାରାୟଣ ପୂଜା ପାଆନ୍ତି। ସବୁବେଳେ ଏହି କମିଟି କିଛି ନୂତନତ୍ବ ପ୍ରଦର୍ଶନ କରିଥାଏ। ଚଳିତ ବର୍ଷ ପ୍ରାୟ ୧୧ ଲକ୍ଷ ଟଙ୍କାର ଡ୍ରାଏ ଫ୍ରୁଟ୍ସରେ ମୂର୍ତ୍ତି ଏବଂ ମେଢ଼ ତିଆରି ହୋଇଛି।

କଲିକତାର ପ୍ରସିଦ୍ଧ କାରିଗର ମାନେ ଏହା ନିର୍ମାଣ କରିଛନ୍ତି। କାଜୁ, ପେସ୍ତା,ଚିନା ବାଦାମ, ଚାରମଗାଜ୍, ମଟର, ରାଜମା, ଧଳା ସୋରିଷ,ବିଭିନ୍ନ ପ୍ରକାର ଡାଲିରେ ଏହି ଭବ୍ୟ ମୂର୍ତ୍ତି ଓ ମେଢ ତିଆରି ହୋଇଛି। ଏହାକୁ ଦେଖିବାକୁ ଅନେକ ଦର୍ଶକ ପସନ୍ଦ କରିବେ ବୋଲି କହିଛନ୍ତି କମିଟିର କର୍ମକର୍ତ୍ତା। ପ୍ରତିଦିନ କ୍ଷୀରି,କାକରା ଭୋଗ ସହ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ। ଭାଇଚାରା ଓ ଏକତା ଏହି କମିଟିର ମୂଳ ମନ୍ତ୍ର।

ସୁଧୀର ରଞ୍ଜନ ସାହୁ ସଭାପତି,ଚନ୍ଦ୍ରକାନ୍ତ ଧଳ ସମ୍ପାଦକ,ଶେଖ୍ ରଫିକ ଓ କମଳେଶ ବର୍ମା ଉପ ସଭାପତି, କପିଲ ଫୋଗଲା ସହ ସମ୍ପାଦକ ଏବଂ ବ୍ରଜ ବନ୍ଧୁ ଦେହୁରୀ କୋଷାଧ୍ୟକ୍ଷ ରୂପେ କମିଟିର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି ।

Leave A Reply

Your email address will not be published.

error: Content is protected !!