ଅନୁଗୋଳରେ ଚୋରି ଘଟଣାର ପର୍ଦ୍ଦାଫାସ: ୭ ଗିରଫ, ନଗଦ ଟଙ୍କା ଓ ସୁନା ଜବତ

You are currently viewing ଅନୁଗୋଳରେ ଚୋରି ଘଟଣାର ପର୍ଦ୍ଦାଫାସ: ୭ ଗିରଫ, ନଗଦ ଟଙ୍କା ଓ ସୁନା ଜବତ

ଅନୁଗୋଳ: ଅନୁଗୋଳ ପୋଲିସ ଏକ ଚୋରି ଘଟଣାର ତଦନ୍ତ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ଜୁଲାଇ ୨ ତାରିଖରେ ଡେରା ସ୍ଥିତ ସାର୍ଥକ ସିଂଘଲଙ୍କ କ୍ୱାର୍ଟରରୁ ଦିନ ଦ୍ୱିପହରରେ ପ୍ରାୟ ୬୦ ଗ୍ରାମ ସୁନା ଗହଣା ଚୋରି ହୋଇଥିଲା। ଏନେଇ କୋଲିୟାରି ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ଏସ୍‌ପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଆଇଆଇସି ଧୀରେଶ କୁମାର ଦାସ ଓ ଏସ୍‌ଆଇ ବଳରାମ ସାମନ୍ତରାୟଙ୍କ ନେତୃତ୍ୱରେ ଗଠିତ ଟିମ୍ ଘଟଣାର ପର୍ଦ୍ଦାଫାସ କରିଛି। ପ୍ରାଥମିକ ତଦନ୍ତରେ ଅଭିଯୋଗକାରୀଙ୍କ ଘରେ କାମ କରୁଥିବା ତୀର୍ଥ ମୁଖୀର ସନ୍ଦେହଜନକ ଗତିବିଧିକୁ ଆଧାର କରି ପୋଲିସ ତାକୁ ଜେରା କରିଥିଲା। ତା’ର ସ୍ୱୀକାରୋକ୍ତି ପରେ ପୋଲିସ ଅନ୍ୟ ୬ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଦୀପକ ଚାନ୍ଦ, ସଚିନ ଅଶୋକ ଖଟକେ, ମାନସ ମହାପାତ୍ର, ଉଦୟଭାନୁ ସାହୁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ମୂଜିବୁର ରହମାନ। ସେମାନଙ୍କ ଠାରୁ ୧ ଲକ୍ଷ ୪୭ ହଜାର ଟଙ୍କା ଓ ୨୧.୨୮୦ ଗ୍ରାମ ତରଳା ସୁନା ଜବତ କରାଯାଇଛି। ମାତ୍ର ୮ ଘଣ୍ଟା ମଧ୍ୟରେ ଚୋରଙ୍କୁ ଧରିଥିବାରୁ ପୋଲିସର କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share

Leave a Reply