ନାବାଳିକା ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

You are currently viewing ନାବାଳିକା ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଅନୁଗୋଳ: ନାବାଳିକାଙ୍କୁ ଅପହରଣ, ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଅନୁଗୋଳ ଆଡ ହକ୍ ଏଡିଜେ ବିରଞ୍ଚି ନାରାୟଣ ମିଶ୍ର ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।

ପୁରୁଣାକୋଟ ଥାନା ଅନ୍ତର୍ଗତ କଣ୍ଟାବେଡ଼ା ଗାଁର ଜିତୁ ବର୍ଗିଆ ଏହି ଜଘନ୍ୟ କାଣ୍ଡ ଭିଆଇଥିଲେ। ମାମଲାର ବିଚାର କରି କୋର୍ଟ ୧୩ ଜଣ ସାକ୍ଷୀଙ୍କ ବୟାନ ଓ ୪୨ଟି ଦସ୍ତାବିଜକୁ ଆଧାର କରି ଦଣ୍ଡବିଧାନ କରିଛନ୍ତି।

ରାୟ ଅନୁଯାୟୀ, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଓ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୋରିମାନା ଅନାଦେୟ ହେଲେ ଅଭିଯୁକ୍ତକୁ ଅଧିକ ଦିନ ଜେଲ ଭୋଗିବାକୁ ପଡ଼ିବ। ସୂଚନାଯୋଗ୍ୟ, ପୁରୁଣାକୋଟ ଥାନା କେସ ନଂ ୬୩/୨୦୨୪ ଏବଂ ସ୍ୱତନ୍ତ୍ର ପୋକସୋ କେସ ନଂ ୪୭/୨୦୨୪ ଅନୁଯାୟୀ ଏହି ମାମଲା ଚାଲିଥିଲା।

Share

Leave a Reply