ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପ୍ରଶିକ୍ଷଣ: ତହସିଲଦାର, ରାଜସ୍ବ ଅଧିକାରୀଙ୍କୁ ତାଲିମ

You are currently viewing ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପ୍ରଶିକ୍ଷଣ: ତହସିଲଦାର, ରାଜସ୍ବ ଅଧିକାରୀଙ୍କୁ ତାଲିମ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପ୍ରଶାସନ ଗୃହର ସମ୍ମିଳନୀ କକ୍ଷରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରତାପ ପ୍ରିତୀମୟ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସେ ପ୍ରଶିକ୍ଷାର୍ଥୀମାନଙ୍କୁ ଏହି ଜାତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଗମ୍ଭୀରତାର ସହ ଗ୍ରହଣ କରି ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡେପୁଟି କଲେକ୍ଟର ତଥା ଜିଲ୍ଲା ଡେପୁଟି ଜନଗଣନା ଅଧିକାରୀ ଜୟକୃଷ୍ଣ ପାତ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ତାଲିମର ବିଷୟବସ୍ତୁ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।

ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟରୁ ଆସିଥିବା ଉପ-ନିର୍ଦ୍ଦେଶକ ଜୟକୃଷ୍ଣ ଭୋଇ ଏବଂ ସହାୟକ ଦୀପକ କୁମାର ଅଂଶଗ୍ରହଣକାରୀମାନଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ।

ଏହି ତାଲିମରେ ଜିଲ୍ଲାର ସମସ୍ତ ତହସିଲଦାର ତଥା ଚାର୍ଜ ଜନଗଣନା ଅଧିକାରୀ, ଅତିରିକ୍ତ ତହସିଲଦାର ତଥା ଅତିରିକ୍ତ ଚାର୍ଜ ଜନଗଣନା ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ, ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ, ଅମିନ ଏବଂ ବୈଷୟିକ ସହାୟକମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ଶେଷରେ ଜିଲ୍ଲା ଜନଗଣନା ବିଭାଗର ବରିଷ୍ଠ ସହାୟକ ସୁଶାନ୍ତ କୁମାର ଅମାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply