ଅନୁଗୋଳ ପୂର୍ବତନ ସୈନିକ ସଂଘ ପକ୍ଷରୁ ବୃକ୍ଷ ରୋପଣ

You are currently viewing ଅନୁଗୋଳ ପୂର୍ବତନ ସୈନିକ ସଂଘ ପକ୍ଷରୁ ବୃକ୍ଷ ରୋପଣ

ଅନୁଗୋଳ : ତା ୦୭ ଜୁଲାଇ ୨୦୨୬ କାର୍ଗିଲ ସହିଦ ବିକ୍ରମ ବାତ୍ରାଙ୍କ ପୁଣ୍ୟତିଥି ଅବସରରେ ଅନୁଗୋଳ ଡିଫେନ୍ସ ଭେଟେରାନ୍ ଆସୋସିଏସନ୍ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି। ଏ ଅବସରରେ ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର  ଅଧ୍ୟକ୍ଷ ଡ.ବସନ୍ତ କୁମାର ସାହୁ , ଜାତୀୟ କୃଷକ ପୁରସ୍କାର ପ୍ରାପ୍ତ ବିଭୁ ପ୍ରସାଦ ପ୍ରଧାନ ଏବଂ ଉତ୍କର୍ଷ ପରିବାରର ସଦସ୍ୟ ମାନେ ଯୋଗ ଦେଇଥିଲେ।

ଅନୁଗୋଳ ଡିଫେନ୍ସ ଭେଟରାନ ଏହି  ଅଭିଯାନକୁ  ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଚଲାଇ ଥିଲେ।ଏହାର ନାମ ଥିଲା “ଅପରେସନ ଲିଭିଙ୍ଗ ମେମୋରିଆଲ ” ଏବଂ ଏହାର ମୁଖ୍ୟ ଥିମ୍ ଥିଲା ଏକ ବୃକ୍ଷ ,ଏକ ବୀର (ୱାନ ଟ୍ରୀ,ୱାନ ହିରୋ) ଆସୋସିଏସନର ସଭାପତି ଅନିଲ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଏହି ମିଶନଟି ସଫଳ ହୋଇପାରିଛି। ଆସୋସିଏସନର   ସଦସ୍ୟ ମାନେ ମହାବିଦ୍ୟାଳୟ ପଡ଼ିଆରେ ବିଭିନ୍ନ ପ୍ରକାର ଗଛ ଲଗାଇଥିଲେ। ଉପସଭାପତି ରଣଜିତ ଜେନା,ସାଧାରଣ ସମ୍ପାଦକ ସୁସାନ୍ତ କୁମାର ପ୍ରଧାନ, ଜଏଣ୍ଟ ସେକ୍ରେଟାରୀ ପ୍ରଶାନ୍ତ ମିଶ୍ର, କୋଷାଧକ୍ଷ ପ୍ରଫୁଲ୍ଲ କୁମାର ସାହୁ , ଅର୍ଗାନାଇଜର ବିଭୂତି ଭୂଷଣ ପଟ୍ଟନାୟକ ଆଡଭାଇଜର ଅଶୋକ ପ୍ରଧାନ,ଜୟକୃଷ୍ଣ ନାଥ, ମିଲନ ସିଂହ ଏବଂ ବିଜୟ କୁମାର ପତି ଉପସ୍ଥିତ ଥିଲେ ।

Share

Leave a Reply