ଅନୁଗୁଳ: ତାଳଚେର ଥର୍ମାଲ ପାୱାର ଷ୍ଟେସନ୍(ଟିଟିପିଏସ୍) ବନ୍ଦକୁ ନେଇ ଆନ୍ଦୋଳନ ତେଜିବାର ଲାଗିଛି । ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ତାଳଚେରରେ ଅର୍ଥନୈତିକ ଅବରୋଧ ଘୋଷଣା କରାଯାଇଥିବା ବେଳେ ଆସନ୍ତା ୭ ତାରିଖ (ବୁଧବାର) ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେଡି । ଟିଟିପିଏସ୍କୁ ପୁନଃ କାର୍ଯ୍ୟକ୍ଷମ ଦାବିରେ ଆସନ୍ତା ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବ ବିଜେଡି । ଏହି ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟସବୁ କିଛି ବନ୍ଦ ରହିବ। ରେଳ ଚଳାଚଳଠାରୁ ନେଇ ଦୋକାନ, ବଜାରରେ ତାଲା ଝୁଲିବ। ସୋମବାର ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଜିଲ୍ଲା ବିଜେଡି ଏହି ଘୋଷଣା କରିଛି। ଜିଲ୍ଲାବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟିଟିପିଏସ୍ ବନ୍ଦକୁ ଦଳର ବିଧାୟକମାନେ ତୀବ୍ର ନିନ୍ଦା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଲ, ଅନୁଗୁଳ ବିଧାୟକଙ୍କ ପ୍ରତିନିଧି ଅରୁଣାଭ ସିଂହ, ଆଠମଲ୍ଲିକ ବିଧାୟକଙ୍କ ପ୍ରତିନିଧି କୁମୁଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଟିଟିପିଏସ୍ ବନ୍ଦ ପ୍ରତିବାଦରେ ବିଜେଡିର ରଣହୁଙ୍କାର
- Post published:April 6, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
You Might Also Like
ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଏମସିଏଲ କ୍ଷତିଗ୍ରସ୍ତ ୬ ଗ୍ରାମର ଲୋକ, କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ ଦାବି ପତ୍ର
ଅନୁଗୁଳରେ ଲାଗିବ ୨୨ ହଜାର ସ୍ମାର୍ଟ ମିଟର, ମିଟର ପିଛା ଅତିରିକ୍ତ ୨୦ ଟଙ୍କା ନେବାକୁ ମସୁଧା: ବିରୋଧ ପାଇଁ ସଜବାଜ ହେଲେଣି ଅସନ୍ତୁଷ୍ଟ ଉପଭୋକ୍ତା
