ଅନୁଗୁଳ: ଅନୁଗୁଳ ଜିଲ୍ଲା ଘରୋଇ ସ୍କୁଲ ଶିକ୍ଷକ ସଂଘ ପକ୍ଷ ରୁ ଏକ ସ୍ୱତନ୍ତ୍ର ବୈଠକ ଆୟୋଜିତ ହୋଇଥିଲା।ଆଇଡିଏଲ ପବ୍ଲିକ ସ୍କୁଲ ପରିସରରେ ସୁଶାନ୍ତ ତ୍ରିପାଠୀଙ୍କ ପୌରହିତ୍ୟ ରେ ଆୟୋଜିତ ଏହି ବୈଠକରେ ବିଶ୍ବହିନ୍ଦୁ ପରିଷଦର ସାଧାରଣ ସମ୍ପାଦକ ମହେଶ ସାହୁ ମୁଖ୍ୟ ଅତିଥି,ରାଜ୍ୟ ଘରୋଇ ସ୍କୁଲ ସଂଘର ସଭାପତି ସତ୍ୟନାରାୟଣ ମିଶ୍ର ଏବଂ କୋଷଧକ୍ଷ ଅଭିମନ୍ୟୁ ନାୟକ ସମ୍ମାନିତ ଅତିଥିରୁପେ ଯୋଗ ଦେଇଥିଲେ।ଘରୋଇ ସ୍କୁଲ ପ୍ରତି ସରକାରଙ୍କ ବୈମାତୃକ ମନଭାବ ,ଅଙ୍କୁଶ ଏବଂ ଏହାର ସମାଧାନ ଉପରେ ଆଲୋଚନା କରାଯାଇଥିଲା।ସମାରୋହରେ ବିଭିନ୍ନ କର୍ମକର୍ତ୍ତା ଙ୍କୁ ସମର୍ଦ୍ଧିତ କରାଯାଇଥିଲା।ଅଜିତ ମିଶ୍ର,ରାମାନନ୍ଦ ପଣ୍ଡା,ସୁଶାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅନୁଗୁଳ ଘରୋଇ ସ୍କୁଲ ସଂଘର ବୈଠକ
- Post published:September 18, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul