ସାଂଘାତିକ!! କଂସେଇ ଛେଳି ଓ କୁକୁଡ଼ା ରକ୍ତ ଛାଡୁଛନ୍ତି ପୋଖରୀକୁ

You are currently viewing ସାଂଘାତିକ!! କଂସେଇ ଛେଳି ଓ କୁକୁଡ଼ା ରକ୍ତ ଛାଡୁଛନ୍ତି ପୋଖରୀକୁ
oplus_262144

ଅନୁଗୋଳ: ଅନୁଗୋଳ ମିଶ୍ରପଡ଼ା ଛକରୁ ହାଟଛକ ରାସ୍ତାର ବାମ ପାର୍ଶ୍ୱରେ ଜଣେ କଂସେଇ ଖୁଲମଖୁଲା ଛେଳି କାଟୁ ଥିବା ଅଭିଯୋଗ ହେଉଛି। ସେ ରାସ୍ତା କଡ଼ରେ କାଟିବା ସହ ରକ୍ତ ଓ ଅପରିଷ୍କାର ପାଣିକୁ ପାଖ ପୋଖରୀକୁ ଛାଡ଼ି ଦେଉଛନ୍ତି। ଏହାଦ୍ବାରା ପୋଖରୀର ଜଳ ଅପରିଷ୍କାର,ବ୍ୟବହାର ଅନୁପଯୋଗୀ ଏବଂ ଦୂର୍ଗନ୍ଧାଯୁକ୍ତ ହୋଇଅଛି।

ପୌରପାଳିକା ଆଇନ ସେକ୍ସନ ୩୧୪ ଏବଂ ୨୫୨ କୁ ଅମାନ୍ୟ କରି ସରକାରୀ ଜାଗାରେ ଏଭଳି ମାଂସ କାଟିବା ଦ୍ୱାରା ରାସ୍ତାରେନଯାଉଥିବା ସ୍କୁଲ ପିଲାଙ୍କ ଉପରେ ନକରାତ୍ମକ ପ୍ରଭାବ ପଡୁଛି। ସେହିଭଳି ସେଠାରେ ଥିବା ପାଣି ପମ୍ପ ହାଉସକୁ ଜଣେ ମାସିକ ୧୦ ହଜାର ଟଙ୍କା ଭଡ଼ାରେ ଜଣେ କୁକୁଡ଼ା ଦୋକାନୀକୁ ଦିଆ ଯାଇଥିବା ଅଭିଯୋଗ ହେଉଛି। କୁକୁଡ଼ା ଦୋକାନୀ ମଧ୍ୟ ଖୁଲମଖୁଲା କୁକୁଡ଼ା କାଟି ବେପାର କରୁଥିବା ଅଭିଯୋଗ ହେଉଛି। ଅନୁଗୋଳ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Share

Leave a Reply