ଅନୁଗୋଳରେ ବ୍ରାଉନସୁଗାର କାରବାର ପର୍ଦ୍ଦାଫାସ: ୧୦ ଗ୍ରାମ ବ୍ରାଉନସୁଗାର ଓ ୩୧ ଲକ୍ଷ ଟଙ୍କା ଜବତ, ମହିଳାଙ୍କ ସମେତ ୪ ଗିରଫ

You are currently viewing ଅନୁଗୋଳରେ ବ୍ରାଉନସୁଗାର କାରବାର ପର୍ଦ୍ଦାଫାସ: ୧୦ ଗ୍ରାମ ବ୍ରାଉନସୁଗାର ଓ ୩୧ ଲକ୍ଷ ଟଙ୍କା ଜବତ, ମହିଳାଙ୍କ ସମେତ ୪ ଗିରଫ

ଅନୁଗୋଳ: ଅନୁଗୋଳ ପୁଲିସକୁ ବଡ଼ ସଫଳତା। ସହର ଉପକଣ୍ଠ ତୁରଙ୍ଗ ଗ୍ରାମରେ ଚାଲିଥିବା ବେଆଇନ ବ୍ରାଉନସୁଗାର କାରବାର ଉପରେ ପୁଲିସ ଚଢ଼ାଉ କରି ୧୦ ଗ୍ରାମ ବ୍ରାଉନସୁଗାର ଏବଂ ନଗଦ ୩୧ ଲକ୍ଷ ଟଙ୍କା ଜବତ କରିଛି। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ତୁରଙ୍ଗ ଗ୍ରାମର ସଞ୍ଜୟ ବେହେରା ନିଜ ଘରେ ବ୍ରାଉନସୁଗାର କାରବାର କରୁଥିବା ନେଇ ପୁଲିସ ନିକଟରେ ବିଶ୍ୱସ୍ଥ ସୂତ୍ରରୁ ଖବର ପହଞ୍ଚିଥିଲା। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଅନୁଗୋଳ ଥାନା ଆଇଆଇସି ପ୍ରକାଶ ମାଝୀଙ୍କ ନେତୃତ୍ୱରେ ପୁଲିସ ଟିମ୍ ସଞ୍ଜୟଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ପୁଲିସ ୧୦ ଗ୍ରାମ ବ୍ରାଉନସୁଗାର ଓ ୩୧ ଲକ୍ଷ ଟଙ୍କା ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ବେହେରା, ତାଙ୍କ ସ୍ତ୍ରୀ ଏବଂ ଦୁଇ ଭାଇ ମାନସ ବେହେରା ଓ ଦେବ ବେହେରାଙ୍କୁ ଗିରଫ କରିଛି। ବ୍ରାଉନସୁଗାର ବ୍ୟବସାୟରୁ ଏତେ ବଡ଼ ପରିମାଣର ନଗଦ ଅର୍ଥ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଅଭିଯୁକ୍ତମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।

Share

Leave a Reply