ପ୍ରବଚନ ସ୍ଥଳକୁ ପଶି ଆସିଲା ବାରହା ଛୁଆ: ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

You are currently viewing ପ୍ରବଚନ ସ୍ଥଳକୁ ପଶି ଆସିଲା ବାରହା ଛୁଆ: ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଅନୁଗୁଳ: ପ୍ରବଚନ ସ୍ଥଳକୁ ପଶି ଆସିଲା ବାରହା ଛୁଆ। ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଛେଳିଆପଡ଼ା ଗ୍ରାମ ବୁଢ଼ାପଦା ସାହିରେ ଏକ ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକ ଜଙ୍ଗଲୀ ବାରହା ଛୁଆଟିଏ ସେଠାରେ ପହଞ୍ଚିଯାଇଥିଲା। ପ୍ରବଚନ ସ୍ଥଳରେ ବନ୍ୟଜନ୍ତୁକୁ ଦେଖି ଉପସ୍ଥିତ ଶ୍ରଦ୍ଧାଳୁ ଓ ଗ୍ରାମବାସୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଗ୍ରାମବାସୀମାନେ ଭୟଭୀତ ନହୋଇ ବାରହା ଛୁଆଟିକୁ ସୁରକ୍ଷିତ ଭାବେ କାବୁ କରିଥିଲେ ଏବଂ ମାନବିକତା ଦେଖାଇ ତାକୁ କ୍ଷୀର ପିଇବାକୁ ଦେଇଥିଲେ। ଏବାବଦରେ ବନ୍ତଳା ବନାଞ୍ଚଳ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଖବର ପାଇ ବନ୍ତଳା ରେଞ୍ଜର ସଦଳବଳେ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀମାନେ ବାରହା ଛୁଆକୁ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।

ଏହି ସମୟରେ ଛେଳିଆପଡ଼ା ସମିତି ସଭ୍ୟ ମନୋଜ ସ୍ୱାଇଁଙ୍କ ସମେତ ସ୍ଥାନୀୟ ଅନେକ ଭଦ୍ରବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କ ଏଭଳି ସଚେତନତା ଓ ବନ୍ୟଜନ୍ତୁ ପ୍ରୀତିକୁ ବନ ବିଭାଗ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି।

Share

Leave a Reply