ଅନୁଗୁଳ: କଣିହାଁ ବ୍ଲକ ଅନ୍ତର୍ଗତ କର୍ଣ୍ଣପାଳ ଗ୍ରାମପଞ୍ଚାୟତରେ ବିଜେଡି ପକ୍ଷରୁ ଶୁକ୍ରବାର ମା’ଲୁଧୁଣି ମନ୍ଦିର ଠାରେ ଦଳୀୟ ସାଂଗଠନିକ ସଭା ଅନୁଷ୍ଠିତ ହୋଇଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ସମର୍ଥୀତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା, ଜିଲ୍ଲାପରିଷଦ ସଭ୍ୟ କିଭଳି ଅଧିକରୁ ଅଧିକ ବିଜୟ ଲାଭ କରି ପାଲଳହଡା ନିର୍ବାଚନ ମଣ୍ଡଳୀରେ ନିଜର ପତିଆରା ବଜାୟ ରଖିବା ଏନେଇ ବୈଠକରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଥିଲା। ଆଜି ଆୟୋଜିତ ଏହି ସାଙ୍ଗଠନିକ ବୈଠକରେ ପାଳଲହଡ଼ା ବିଧାୟକ ମୁକେଶ ପାଳ ମୁଖ୍ୟଅତିଥି ରୂପେ ଯୋଗ ଦେଇ ନିଜର ପତିଆରା ଅକ୍ଷୁର୍ଣ୍ଣ ରଖିବା ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । କଣିହାଁ ବ୍ଲକ ବିଜେଡ଼ି ସଭାପତି କୈଳାଶ ଚନ୍ଦ୍ର ସାହୁ, ପଞ୍ଚାୟତ ସଭାପତି ରବିଚନ୍ଦ୍ର ରାଉତ, ଜୋନ ପର୍ଯ୍ୟବେକ୍ଷ ସୁବାସ ଚନ୍ଦ୍ର ମହାନ୍ତି, ଯୁବ ସଭାପତି ସୁନୀଲ କୁମାର ସାହୁ, ଛାତ୍ର ସଭାପତି ମିଲନ ବେହେରା, ନାଏବ ସରପଞ୍ଚ କୁନା ସାମଲ ପ୍ରମୁଖ ଦଳୀୟ କର୍ମୀ ସାମିଲ ଥିଲେ।
କର୍ଣ୍ଣପାଳରେ ବିଜେଡିର ସାଙ୍ଗଠନିକ ସଭା, ପତିଆରା ବଜାୟ ରଖିବା ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର
- Post published:August 20, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau




