ଜଙ୍ଗଲ ଜମିରେ ଖଣି ଖାଦାନ ନ କରିବା ପାଇଁ ଛେଣ୍ଡିପଦା ଗ୍ରାମବାସୀ ଦାବି, ତହସିଲ କାର୍ଯ୍ୟାଳୟ ସାମ୍ନାରେ ୯ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

You are currently viewing ଜଙ୍ଗଲ ଜମିରେ ଖଣି ଖାଦାନ ନ କରିବା ପାଇଁ ଛେଣ୍ଡିପଦା ଗ୍ରାମବାସୀ ଦାବି, ତହସିଲ କାର୍ଯ୍ୟାଳୟ ସାମ୍ନାରେ ୯ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅଧୀନ କାରଡାବାହାଳ, ଥଳିପଶି, ବିମ୍ବାଧରପୁର, ବ୍ରାହ୍ମଣବିଲ ଆଦି ମୌଜାରେ ଥିବା ନୟନୀ କୋଲ ବ୍ଲକରେ କୋଇଲା ଉତ୍ତୋଳନ ଦାୟିତ୍ୱ ସିଂଘ୍ରାନୀ କମ୍ପାନୀକୁ ଦିଆଯାଇଛି। ଜଙ୍ଗଲ ଜମିରେ ଖଣି ଖାଦାନ ନ କରିବା ପାଇଁ ଛେଣ୍ଡିପଦା ଗ୍ରାମ୍ୟ କମିଟି ଓ ବନ ସଂରକ୍ଷଣ ସମିତି ପକ୍ଷରୁ ବାରମ୍ବାର ପ୍ରଶାସନ ଓ କମ୍ପାନୀ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏ ନେଇ ଗ୍ରାମ୍ୟ କମିଟି ସଭାପତି ଚନ୍ଦ୍ରମଣି ପ୍ରଧାନଙ୍କ ଆହ୍ୱାନ କ୍ରମେ ବୁଧବାର ଗ୍ରାମର ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଏକ ଶୋଭାଯାତ୍ରାରେ ଆସି ବଜାର ପରିକ୍ରମା କରିବା ସହିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୯ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଛେଣ୍ଡିପଦା ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ପରେ ଗ୍ରାମବାସୀଙ୍କ ପକ୍ଷରୁ ଆଉ ଏକ ଦାବି ପତ୍ର ଛେଣ୍ଡିପଦା ବନାଞ୍ଚଳ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏ ନେଇ ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ଗାଁ ଲୋକେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Share

Leave a Reply