ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ, ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ

0

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡାଗାଡି ବିଟ୍ ରାମିଆଗୁଡା ଖେସରା ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ହାତୀକୁ କେହି ଗୁଳି କରି ମାରିଥିବା ଅନୁମାନ କରାଯାଉଛି। ଖବର ପାଇ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି।

ଖବର ମୁତାବକ, ଘୋଡ଼ାଗାଡ଼ି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ପଡ଼ିଥିବା ଖବର ପାଇ ରେଞ୍ଜର ବନବିଭାଗ ଅଧିକାରୀ ଏ.ସି.ଏଫ ଗୌରୀଶଙ୍କର ଦାସ, ଫରେଷ୍ଟର ଦୀପ୍ତିରଞ୍ଜନ, ରେଞ୍ଜ ଅଫିସର ମାଧପୁର ସନ୍ତୋଷ କୁମାର ଭୋଇ, ଡିଏଫଓ ଏସ. ଆନନ୍ଦ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀଟି ୨-୩ ଦିନ ହେଲା ମରିଥିବାର ଅନୁମାନ କରୁଛି। ଦନ୍ତା ହାତୀର ଗୋଟିଏ ଦାନ୍ତ ଦେଖାଯାଉଥିବା ବେଳେ ଅନ୍ୟ ଏକ ଦାନ୍ତ ସ୍ପଷ୍ଟ ଜଣାପଡ଼ୁନାହିଁ। ତେବେ ପୋଷ୍ଟମର୍ଟମ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଛି।

Leave A Reply

Your email address will not be published.

error: Content is protected !!