କୂଅରେ ପଡ଼ି ଜଣେ ମୃତ, ୨ ଦିନ ହେଲା ଥିଲେ ନିଖୋଜ

You are currently viewing କୂଅରେ ପଡ଼ି ଜଣେ ମୃତ, ୨ ଦିନ ହେଲା ଥିଲେ ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗ୍ରାମରେ କୂଅରେ ପଡ଼ି ଜଣଙ୍କର ଜୀବନ ଯାଇଛି। ମୃତକ ହେଲେ ପ୍ରଶାନ୍ତ ସାହୁ।

ସୂଚନା ଅନୁସାରେ, ପ୍ରଶାନ୍ତ ଦୁଇ ଦିନ ହେଲା ନିଖୋଜ ଥିଲେ। ପରିବାର ଲୋକ ଏବଂ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କିଛି ପତ୍ତା ପାଇ ନଥିଲେ। ଆଜି ସକାଳେ ଗ୍ରାମ ନିକଟରେ ଥିବା ଏକ କୂଅରେ ତାଙ୍କ ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ବନ୍ତଳା ପୁଲିସ ଏବଂ ଅନୁଗୁଳ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀ ପହଞ୍ଚି କୂଅରୁ ମୃତଦେହ ଉଦ୍ଧାର କରିଥିଲା। ପୁଲିସ ଘଟଣାର ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି।

Share

Leave a Reply