ଯୁବଗୋଷ୍ଠୀଙ୍କୁ ଟିକା ଦେବାକୁ ଦାବି,ଛାତ୍ର କଂଗ୍ରେସର ଆନ୍ଦୋଳନ ଧମକ

0

ଅନୁଗୁଳ: ସଂକ୍ରମଣ ଦୃଷ୍ଟିରୁ ଅନୁଗୁଳ ସାଙ୍ଘାତିକ ସ୍ଥିତିରେ ରହିଛି । ଉଚ୍ଚ ସଂକ୍ରମଣ ସହ ନିତି ଜିଲ୍ଲାରେ ଏକାଧିକ ସଂକ୍ରମିତଙ୍କ ମୃତ୍ୟୁ ହେଉଛି। କରୋନାର ଏ ଭୟଙ୍କର ସ୍ଥିତି ସତ୍ତ୍ୱେ ଅନୁଗୁଳ ଜିଲ୍ଲାକୁ ଟିକାକରଣରେ ଅବହେଳା କରାଯାଇଛି। ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକାକରଣ ଧିମେଇ ଚାଲିଛି । ଏମିତିକି ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଏପର୍ଯ୍ୟନ୍ତ ଟିକାକରଣ ଆରମ୍ଭ ହୋଇନାହିଁ । ଯୁବଗୋଷ୍ଠୀ କରାନା ସଞ୍ଜିବନୀ ପାଇଁ ଚାତକ ଭଳି ଚାହିଁ ରହିଛନ୍ତି । ସର୍ବାଧିକ ରାଜସ୍ବ ଦେଉଥିବା ଅନୁଗୁଳ ଜିଲ୍ଲାକୁ ଟିକାକରଣରେ ଏଭଳି ପାତରଅନ୍ତରକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ମଙ୍ଗଳବାର ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଛି । ଅବିଳମ୍ବେ ୧୮ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ଟିକା ଦେବାକୁ ଦାବି କରି ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀଙ୍କୁ ବାବିପତ୍ର ପ୍ରଦାନ କରିଛି । ଦାବି ପୂରଣ ନହେଲେ ଛାତ୍ର କଂଗ୍ରେସ ଆନ୍ଦୋଳନ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି । ଏହି ଦାବିପତ୍ର ପ୍ରଦାନ ବେଳେ କାର୍ଯ୍ୟକାରୀ ସଦସ୍ୟ ପ୍ରଦ୍ୟୁମ୍ନ ସାହୁ, ଅବିନାଶ ସାହୁ, ସମିର ସାହୁ, ଦିନେଶ କାର୍ତିକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.

error: Content is protected !!