ଅନୁଗୋଳ: ସାଇନ୍ସ ଷ୍ଟଡି ସେଣ୍ଟର୍ ଅମଲାପଡ଼ା ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧନା ଦିଆଯାଇଛି। ଏଥିନେଇ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଥିଲା। ସେଣ୍ଟର୍ ପରିଚାଳକ ମଳୟ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ କନିଷ୍ଠ ଅଧ୍ୟାପକ ମାନେ ଯୋଗ ଦେଇଥିଲେ।ଅଧ୍ୟାପକ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟବସାୟ, ଶୃଙ୍ଖଳା ଓ ସମୟନୁବର୍ତିତା ଉପରେ ଗୁରୁତ୍ୱ ଦେଇଥିଲେ। ଜୀବନରେ ବଡ଼ ହେବା ପାଇଁ ସ୍ୱପ୍ନ ଦେଖ ଏବଂ କଠିନ ପରିଶ୍ରମ ଦ୍ୱାରା ସେ ସ୍ୱପ୍ନକୁ ସାକାର କରିବା ପାଇଁ ଉଦ୍ୟମ ଜାରିରଖ। ସମାରୋହରେ ୮୫ ରୁ ୯୦ ପ୍ରତିଶତ ଏବଂ ୯୦ ପ୍ରତିଶତ ରୁ ଅଧିକ ନମ୍ବର ରଖିଥିବା ୨୭ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶଂସାପତ୍ର,ପୁଷ୍ପଗୁଚ୍ଛ ଓ ପ୍ରୋତ୍ସାହନ ରାଶି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ସେହିଭଳି ପ୍ରତ୍ୟେକ ବିଷୟରେ ଶତ ପ୍ରତିଶତ ନମ୍ବର ରଖିଥିବା ୧୪ ଜଣ ପିଲାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସେଣ୍ଟର୍ ର ଛାତ୍ର ରତିକାନ୍ତ ବେହେରା ଯୁକ୍ତ ଦୁଇ ବିଜ୍ଞାନରେ ୨୦୨୬ ରେ ସର୍ବାଧିକ ୫୮୬ ନମ୍ୱର୍ ରଖି ଜିଲ୍ଲା ଟପର୍ ହୋଇଥିବାରୁ ତାଙ୍କୁ ଏବଂ ୨୦୨୫ ଟପର୍ ଗୌରୀ ଶଙ୍କର ନନ୍ଦଙ୍କୁ ପ୍ରଶଂସା କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପିଲା ମାନେ ପରିବେଷଣ କରିଥିଲେ ।











