ଶାନ୍ତନୁ ସର ହେଲେ ସାହିତ୍ୟ ସଂସଦ ସଭାପତି

You are currently viewing ଶାନ୍ତନୁ ସର ହେଲେ ସାହିତ୍ୟ ସଂସଦ ସଭାପତି

ଅନୁଗୋଳ: ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲରେ ଅନୁଗୋଳ ଜିଲ୍ଲା ସାହିତ୍ୟ ସଂସଦର ଏକ ସ୍ୱତନ୍ତ୍ର ବୈଠକ ଆୟୋଜିତ ହୋଇଯାଇଛି ଏହି ବୈଠକରେ ଖାଲି ପଡ଼ିଥିବା ସଭାପତି ପଦରେ ସର୍ବସମ୍ମତିକ୍ରମେ ପ୍ରାଧ୍ୟାପକ ଶାନ୍ତନୁ କୁମାର ସରଙ୍କୁ ସଭାପତି ରୂପେ ମନୋନୀତ କରାଯାଇଥିଲା। ସାହିତ୍ୟ ସଂସଦର ପତ୍ରିକା ପାଦଚିହ୍ନ ପାଇଁ ସମ୍ପାଦନା ମଣ୍ଡଳୀ ଚୟନ କରାଯାଇଥିଲା।ଶ୍ରୀମତୀ ଅନିତା ପାଣି,ଅକ୍ଷୟ କୁମାର ପଟ୍ଟନାୟକ,ଡ଼ା ଦଧି ବାମନ ପ୍ରଧାନ,ଅସିତ୍ କୁମାର ପଟ୍ଟନାୟକଙ୍କୁ ପତ୍ରିକା ସମ୍ପାଦକ ମଣ୍ଡଳିରେ ସ୍ଥାନ ଦିଆଯାଇଥିଲା।

ଡ଼ା ରମା ଗଡ଼ନାୟକ,ସରୋଜିନୀ ଦେଇ,ଗିତାମୟୀ ମହାପାତ୍ର,ଅରୁଣ ସାହୁ,ମନୋଜ କୁମାର ବେହେରା,ଇନ୍ଦିରା ଦାଶ , ଇଂ ଧନେଶ୍ୱର ସାହୁ ପ୍ରମୁଖ ବୈଠକ ରେ ଅଂଶଗ୍ରହଣ କରି ବିଭିନ୍ନ ବକ୍ତବ୍ୟ ରଖିଥିଲେ। ସାହିତ୍ୟ ସଂସଦ ସମ୍ପାଦକ ରାଧାକାନ୍ତ ମହାନ୍ତି ସଭା ପରିଚାଳନା କରିଥିଲେ।

Share

Leave a Reply