ଅବକାରୀ ଓ ଅଭିଯୋଜନ ବିଭାଗର ସମନ୍ୱୟ ବୈଠକ : ଆଇନଗତ ତ୍ରୁଟି ସୁଧାରିବା ଓ ଦଣ୍ଡବିଧାନ ବୃଦ୍ଧି ଲକ୍ଷ୍ୟ

You are currently viewing ଅବକାରୀ ଓ ଅଭିଯୋଜନ ବିଭାଗର ସମନ୍ୱୟ ବୈଠକ : ଆଇନଗତ ତ୍ରୁଟି ସୁଧାରିବା ଓ ଦଣ୍ଡବିଧାନ ବୃଦ୍ଧି ଲକ୍ଷ୍ୟ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଦିନ ଅବକାରୀ ଓ ଅଭିଯୋଜନ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ତଦନ୍ତ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ବୈଠକରେ ଅଭିଯୋଜନ ବିଭାଗର ଉପ-ନିର୍ଦ୍ଦେଶକ ଗଣେଶ କୁମାର ବେହେରା ଯୋଗଦେଇ ମାମଲାର ତଦନ୍ତ ସମୟରେ ହେଉଥିବା ଆଇନଗତ ତ୍ରୁଟିକୁ କିପରି ସୁଧାରାଯାଇପାରିବ, ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ। ଓଡ଼ିଶା ଅବକାରୀ ନିୟମ ଅନୁସାରେ ଦଣ୍ଡର ହାର ବୃଦ୍ଧି, ସଠିକ୍ ସମୟରେ ଅଭିଯୋଗପତ୍ର (Charge Sheet) ଦାଖଲ ଏବଂ ପ୍ରକୃତ ଅପରାଧୀଙ୍କୁ ଦଣ୍ଡିତ କରାଇବା ଦିଗରେ ଉଭୟ ବିଭାଗର ସମନ୍ୱୟ ରକ୍ଷା କରିବା ନେଇ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲାର ବରିଷ୍ଠ ଅଧିକାରୀ, ସରକାରୀ ଅଭିଯୋଜକ ଏବଂ ଆଇନଜୀବୀମାନେ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ। ଶେଷରେ ଉପ-ଅଧୀକ୍ଷକ ଧୀରେନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply