ଅନୁଗୁଳ: ୭ ଦଫା ଦାବିରେ ତାଳଚେର-ଅନୁଗୁଳ ବଞ୍ଚାଅ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି। ସେମାନଙ୍କ ଦାବି ହେଉଛି, ଅନୁଗୁଳ ଜିଲ୍ଲାରେ ଶିଳ୍ପ ଓ କୋଇଲା ଖଣି ଦ୍ବାରା ପ୍ରଭାବିତ ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତିରେ ପରିବେଶ ପ୍ରଦୂଷଣକୁ ଯୁଦ୍ଧକାଳୀନ ଭିତ୍ତିରେ ରୋକିବା ପାଇଁ ପଦକ୍ଷେପ ନେବା, ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା, ଖଣି ଓ କାରଖାନା ପ୍ରତିଷ୍ଠା ପାଇଁ ଜଙ୍ଗଲ କାଟିବା ବନ୍ଦ କରିବା, ଉର୍ବର ଚାଷ ଜମି ଅଧିଗ୍ରହଣ ବନ୍ଦ କରିବା, ବ୍ୟାପକ ଜଙ୍ଗଲ ସୃଷ୍ଟି କରିବା, ଜିଲ୍ଲାବାସୀଙ୍କୁ ଉନ୍ନତମାନର ତଥା ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବା, ଅଗ୍ରାଧିକାର ଭିତ୍ତିରେ ବିସ୍ଥାପିତ, କ୍ଷତିଗ୍ରସ୍ତ ଓ ପ୍ରଭାବିତ ଅଞ୍ଚଳର ଯୁବକ, ଯୁବତୀମାନଙ୍କୁ ସ୍ଥାନୀୟ ଖଣି, କାରଖାନାରେ ସ୍ଥାୟୀ ନିଯୁକ୍ତି ଦେବା ଏବଂ ଜିଲ୍ଲାର ପ୍ରାକୃତିକ ସଂପଦକୁ ଧ୍ବଂସ କରି ନିଯୁକ୍ତି ବିହୀନ ଖଣି, କାରଖାନା ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରିବା ଆଦି ରହିଛି।
ଏହି ଅବସରରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ ନାରୀ ନେତ୍ରୀ କ୍ରିଷ୍ଣା ମହାନ୍ତିଙ୍କ ସମେତ ଜୟସେନ ମେହେର, ରୀତାରାଣୀ ଦାସ, ଦେବାଶିଷ ପଟ୍ଟନାୟକ, ପ୍ରବୀଣ କୁମାର ଦାସ, ସଚୀନ କୁମାର ଦାସ, ଅଜୟ ନାଏକ, ପର୍ଶୁରାମ ଦାଶ, ବ୍ରହ୍ମଜ୍ୟୋତି ମିଶ୍ର, ମାନସ ପାଳ, ସୂର୍ଯ୍ୟ କୁମାର ନାଥ, ରାଜେନ୍ଦ୍ର ପ୍ରଧାନ, ମୋତି ଲାଲ ଆର୍ଯ୍ୟ, ସୁଶାନ୍ତ ସାହୁ ପ୍ରମୁଖ ଅନେକ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।