ଅନୁଗୁଳ: ଅନୁଗୁଳ ପୁଲିସ ନକଲି ଜିନ୍ସ ବିକ୍ରି ଅଭିଯୋଗରେ ଜଣେ ପୋଷାକ ଦୋକାନୀଙ୍କୁ ଅନୁଗୁଳ ପୁଲିସ୍ ରବିବାର ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ସ୍ପାର୍କି କମ୍ପାନୀର ନକଲି ପ୍ୟାଣ୍ଟକୁ ଅନୁଗୁଳ ବଜାରର ଷ୍ଟାଇଲ ଏନ୍ଏକ୍ସ ନାମକ ଦୋକାନୀ ବିକ୍ରି କରୁଥିବା ନେଇ କମ୍ପନୀର ଜଣେ ଅଧିକାରୀ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ୍ ଏକ ମାମଲା ରୁଜୁକରି ଦୋକାନରେ ଚଢ଼ାଉ କରିଥିଲା। ଦୋକାନରୁ ସ୍ପାର୍କି କମ୍ପାନୀର ନକଲି ୧୫ଟି ପ୍ୟାଣ୍ଟକୁ ଜବତ କରାଯାଇଛି। ନକଲି ପୋଷାକ ବିକ୍ରି ଅଭିଯୋଗରେ ପୁଲିସ୍ ଦୋକାନ ମାଲିକ ଅନୀଶ କୁମାର ଝୁନଝୁନୱାଲା ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ଅନୁଗୁଳ ବଜାରରେ ଦାମୀ କମ୍ପାନୀର ନକଲି ଜିନ୍ସ
- Post published:July 12, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul