ଗାଁ’ ବଇଣ୍ଡା ଅଞ୍ଚଳରେ ହାତୀ ଆତଙ୍କ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ହଣ୍ଡପା ରେଞ୍ଜର ସୋଲଣ୍ଡା ଗ୍ରାମରେ ସୋମବାର ଦିନ ୧୨ ଟି ହାତୀ ପଲ ଆସିଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ କିଛି ଦିନ ହେବ ହଣ୍ଡପା ରେଞ୍ଜରେ ୧୨ ପଟ ହାତୀ ଆସି ବିଭିନ୍ନ ଗ୍ରାମରେ ପଶି ବ୍ୟାପକ କ୍ଷୟ କ୍ଷତି କରୁଛନ୍ତି । ବିଶେଷ କରି ପନିପରିବା ଚାଷ ସହ ଧାନ ଲାଗିଥିବା ବିଲରେ ପଶି ପାଦରେ ଦଳି କ୍ଷତି କରୁଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ପଦେକ୍ଷେପ ନିଆଯାଉନାହିଁ ।ହାତୀ ପାଳରେ ଏକ ଦନ୍ତା ହାତୀ ଥିବାବେଳେ ବହୁ କାଦଳି ଗଛ ଗୁଡିକ ଭାଙ୍ଗିଦେଉଛନ୍ତି । ହଣ୍ଡପା ଅଞ୍ଚଳରୁ ରାସ୍ତା ପାର ହୋଇ ୧୨ ଟି ହାତୀ ଗ୍ରାମାଭିମୁଖୀ ହୋଇଛନ୍ତି । ଏହି ଖବର ପ୍ରଚାର ହେବା ପରେ ବନବିଭାଗ ପକ୍ଷରୁ ଏକ ଟିମ୍ ଆସି ହାତୀକୁ ଘଉଡ଼ାଇଥିବା ବେଳେ ହାତୀ ପଲ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲେ । ତୁରନ୍ତ ଏଥିପ୍ରତି ବନ ବିଭାଗ ପକ୍ଷରୁ ପଦେକ୍ଷେପ ନିଆଯାଇ ହାତୀକୁ ଅନ୍ୟତ୍ର ଜଙ୍ଗଲକୁ ଘଉଡ଼ାଇବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଏନେଇ ହଣ୍ଡପା ରେଞ୍ଜର ଚୈତ୍ୟନ ବେହେରା କୁହନ୍ତି ହାତୀ ଆସିଥିବା ଖବର ପାଇଁ ବିଭାଗ ପକ୍ଷରୁ ଏକ ଟିମ୍ ଗଠନ କରି ପଦେକ୍ଷେପ ନିଆଯାଇଛି ।

Leave A Reply

Your email address will not be published.

error: Content is protected !!