ରେଞ୍ଜର୍‌ଙ୍କ ନାମରେ ଦମକଳ ଅଫିସ୍‌କୁ ଫେକ୍ କଲ

You are currently viewing ରେଞ୍ଜର୍‌ଙ୍କ ନାମରେ ଦମକଳ ଅଫିସ୍‌କୁ ଫେକ୍ କଲ

ଅନୁଗୁଳ: ସୋମବାର କେହି ଦୁର୍ବୃତ୍ତ ହଣ୍ଡପା ବନାଞ୍ଚଳ ଅଧିକାରୀଙ୍କ ନା’ ନେଇ ବାମୁର ଅଗ୍ନିଶମ ବିଭାଗକୁ ଫେକ୍ ଫୋନ୍ କଲ୍ କରିଥିବା ଜଣାଯାଇଛି। ହଣ୍ଡପା ବନାଞ୍ଚଳର ଏନ୍ଏଚ୍-୫୫ ପାର୍ଶ୍ବରେ ଥିବା କାଳିଆ ହୋଟେଲ୍‌ ପଛପାଖ ଜଙ୍ଗଲରେ ନିଆଁ ଲାଗିଥିବା ଦର୍ଶାଇ ଏକ ମୋବାଇଲ୍ ନମ୍ବରରୁ ବାମୁର ଦମକ ଅଫିସ୍‌କୁ ଫୋନ୍ ଆସିଥିଲା । ସୂଚନାଦାତା ନିଜକୁ ହଣ୍ଡପା ବନାଞ୍ଚଳ ଅଧିକାରୀ ବୋଲି ପରିଚୟ ଦେଇଥିଲେ । ବାମୁର ଦମକଳ ବାହିନୀ ୩୩ କିମି ଅତିକ୍ରମ କରି ଘଟଣାସ୍ଥଳରେ ପହଞ୍ଚିଥିଳେ। ତେବେ ସୂଚନା ମିଛ ଥିବା ଜଣାପଡ଼ିବା ପରେ ବାମୁର ଦମକଳ ବାହିନୀ ତରଫରୁ ସେଇ ନମ୍ବରକୁ କଲ୍‌ବ୍ୟାକ୍ କରାଯାଇଥିଲା। ରେଢ଼ାଖୋଲ ଅଞ୍ଚଳର ଜଣେ ମହିଳା ଏହି ଫୋନ୍ ରିସିଭ କରିଥିଲେ। ଏ ସମ୍ପର୍କରେ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ ଆଠମଲ୍ଲିକରେ ଥିବା ବେଳେ ବାମୁର ଦମକଳ ଅଫିସକୁ ଫୋନ କରିନଥିବା ପ୍ରକାଶ କରିଥିଲେ । ଜରୁରୀକାଳିନ ସେବା ସହ ଖେଳୁଥିବା ଅଜଣା ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି।

Share

Leave a Reply