ପ୍ରଥମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୧୫ରୁ

You are currently viewing ପ୍ରଥମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୧୫ରୁ

ଅନୁଗୁଳ: ସ୍ଥାନୀୟ ଇଣ୍ଡୋର୍ ହଲରେ ୧୫ ତାରିଖରୁ ୧୭ ତାରିଖ ଯାଏ ପ୍ରଥମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଅନୁଗୁଳ ବ୍ୟାଡମିଣ୍ଟନ କ୍ଳବ୍ ଆନୁକୁଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।

ଏହି ସମ୍ମିଳନୀରେ କ୍ଳବ୍ ର ସଭାପତି ହିମାଂଶୁ ଭୂଷଣ ସାମଲ,ସମ୍ପାଦକ ପ୍ରଦ୍ଯୁତ କୁମାର ଘୋଷ,ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ,ମିଡ଼ିଆ ପ୍ରଭାରୀ ଦ୍ବାରିକା ପ୍ରସାଦ ନନ୍ଦ ଏବଂ ଅନୁଗୁଳ ୟୁନାଇଟେଡ ବ୍ୟାଡମିନ୍ଟନ୍ ଆସୋସିଏସନ୍ କୋଷାଧ୍ୟକ୍ଷ ସ୍ଵାଧୀନ ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତା ସମ୍ପର୍କରେ ସବିଶେଷ ତଥ୍ୟ ଦେଇଥିଲେ। ଏହି ପ୍ରତିଯୋଗିତାରେ ୧୭ ବର୍ଷରୁ କମ,୧୩ ବର୍ଷରୁ କମ,ସିନିୟର୍ ପୁରୁଷ ଡବଲସ ଏବଂ ମିକ୍ସଡ ଡବଲସ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।ପୁରୁଷ ଡବଲସ ଚମ୍ପିୟାନ ଦଳକୁ ୨୦,୦୦୧ ଏବଂ ରନରସ ଅପ୍ ଦଳକୁ ୧୫,୦୦୧ ଟଙ୍କା ସହ ଟ୍ରଫି ଏବଂ ମିକ୍ସଡ ଡବଲସ ଚମ୍ପିୟାନ ଦଳକୁ ୧୦,୦୦୧ ଏବଂ ରନରସ ଅପ୍ ଦଳକୁ ୬,୦୦୧ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦୦ ରୁ ଅଧିକ ଖେଳାଳୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଆୟୋଜକ ମାନେ ପ୍ରକାଶ କରିଥିଲେ।ଉଦଯାପନୀ ସମାରୋହ ର ମୁଖ୍ୟ ଆକର୍ଷଣ ହେବେ ଆନ୍ତର୍ଜାତିକ ତାରକା ଖେଳାଳୀ ପ୍ରମୋଦ ଭଗତ।

Share

Leave a Reply