ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ଟାମଡା ଅଧ୍ୟକ୍ଷ

You are currently viewing ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ଟାମଡା ଅଧ୍ୟକ୍ଷ

ଅନୁଗୁଳ : ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ଉନ୍ୟନ କାର୍ଯ୍ୟ ପାଇଁ ପୂର୍ବତନ ଟାମଡା ଅଧ୍ୟକ୍ଷ ତଥା ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ ବୁଧବାର ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି। ପୌରାଞ୍ଚଳରେ ଏକ ଯୋଗମଣ୍ଡପ ସ୍ଥାପନ, ସହରରେ ଥିବା ପୋଖରୀ ଗୁଡିକର ପୁନରୁଦ୍ଧାର ଓ ଅନଗୁଳ ସହର ସରକାରୀ ଜାଗର ପୁନରୁଦ୍ଧାର, ପ୍ରମୁଖ ରାସ୍ତାରେ ଗାଡ଼ି ପାର୍କିଂର ସୁବିଧା ଓ ଭେଣ୍ଡିଂ ଜୋନ ପାଇଁ ଶ୍ରୀ ପଟ୍ଟନାୟକ ଜିଲ୍ଲାପାଳଙ୍କୁ ଅନୁରେଧ କରିଛନ୍ତି। ଏନେଇ ଲିଖିତ ଆକାରରେ ମଧ୍ୟ ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ସହିତ ଆଇନଜୀବୀ ପ୍ରଦୀପ ଦେବତା, କମଳକାନ୍ତ ସାହୁ, ଶୁଭେନ୍ଦୁ ପ୍ରଧାନ, ଚନ୍ଦନ କୁମାର ସାହୁ, ବୁବୁନୁ ପ୍ରଧାନ ସାମିଲ ଥିଲେ।

Share

Leave a Reply