ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ରାଣୀଗୋଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନେତ୍ରମ୍ କେୟାର, ଭୁବନେଶ୍ୱରର ୟୁଥ୍ ଫର୍ ସେବା ଓ ରାଣୀଗୋଡା ବରିଷ୍ଠ ନାଗରିକ ମଞ୍ଚର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୩୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଓ ଗ୍ରାମର ୮୫ ଜଣ ବ୍ୟକ୍ତି ବିଶେଷଙ୍କୁ ନେତ୍ରମ୍ ଏବଂ ୟୁଥ୍ ଫର୍ ସେବା ତରଫରୁ ଏନ ୯୫ ମାସ୍କ ବଣ୍ଟନ କରା ଯାଇଥିଲା। ମୋଟ ୧୧୫ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୨ ଜଣ ଛାତ୍ରଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯିବାସହ ୨୪ ଜଣ ଗ୍ରାମବାସୀଙ୍କୁ ୮୦ ପ୍ରତିଶତ ରିହାତି ଦରରେ ଚଷମା ବିତରଣ କରାଯାଇଥିଲା। ଏହି ଶିବିରକୁ ୟୁଥ୍ ଫର୍ ସେବା ର ଚିଫ୍ କୋଡିନେଟର ରାଜେଶ ମହାନ୍ତି, ସହଯୋଗୀ ଅଭୟ ବଗର୍ତ୍ତୀ, ଗ୍ରାମର ବରିଷ୍ଠ ନାଗରିକମାନେ ପରିଚାଳନା କରିଥିଲେ। ମଞ୍ଚର ସଭାପତି ରାଜକିଶୋର ଦାସ, ସଂପାଦକ ବସନ୍ତ କୁମାର ଦାସ ଉପ ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ସମେତ ସଭ୍ୟମାନେ ସହଯୋଗ କରିଥିଲେ।
ରାଣୀଗୋଡାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
- Post published:September 30, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul