ଫାର୍ମ ହାଉସ୍‌ରୁ ଛେଳି, ଦେଶୀ କୁକୁଡ଼ା ଚୋରି

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଇଲାକା ବତିସୁଆଁ ଠାରେ ଥିବା ଏକ ଫାର୍ମ ହାଉସ୍‌ରୁ ଚୋରି ହୋଇଛି। ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଫାର୍ମହାଉସରୁ ୩୦ଟି ଛେଳି ଓ ୨୦ଟି ଦେଶୀ କୁକୁଡ଼ା ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ସୂଚନା ମୁତାବକ, ପାଳଲହଡ଼ା ଥାନା ଅନ୍ତର୍ଗତ ଡିମିରିଆ ଗ୍ରାମର କ୍ଷୀତେନ୍ଦ୍ର ପ୍ରଧାନଙ୍କ ଏକ ଫାର୍ମ ହାଉସ୍‌ ବତିସୁଆଁରେ ରହିଛି। ସେ ଏଥିରେ ବିଭିନ୍ନ ପ୍ରକାର ଫଳ, ପନିପରିବା ସହ ଛେଳି ଓ କୁକୁଡା ଚାଷ କରନ୍ତି । ଏମାନଙ୍କ ଜଗାରଖା ପାଇଁ ୨ ଜଣ ଜଗୁଆଳି ରହିଛନ୍ତି। ତେବେ ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଏକ ଚାରି ଚକିଆ ଗାଡ଼ି ଧରି ଫାର୍ମ ହାଉସ୍‌ରେ ପହଞ୍ଚିଥିଲେ। ଫାର୍ମ ହାଉସ୍‌ର ମୁଖ୍ୟ ଫାଟକ ତାଲା ଭାଙ୍ଗିବା ପରେ ଜଗୁଆଳିଙ୍କୁ ପିଟାମରା କରିଥିଲେ । ଉଭୟଙ୍କୁ ଏକ ଘରେ ତାଲା ପକାଇ ଦେଇଥିଲେ । ପରେ ଫାର୍ମରୁ ୩୦ଟି ଛେଳି , ୨୦ଟି ଦେଶୀ କୁକୁଡ଼ାକୁ ଗାଡ଼ିରେ ଲଦି ଚମ୍ପଟ ମାରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି । ଏତଲା କ୍ରମେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.

error: Content is protected !!