ଅନୁଗୁଳ ଷ୍ଟେସନରେ ଲାଇଫ ଳାଇନ ଏକ୍ସପ୍ରେସରେ ସ୍ବାସ୍ଥ୍ୟସେବା ଆରମ୍ଭ

You are currently viewing ଅନୁଗୁଳ ଷ୍ଟେସନରେ ଲାଇଫ ଳାଇନ ଏକ୍ସପ୍ରେସରେ ସ୍ବାସ୍ଥ୍ୟସେବା ଆରମ୍ଭ

ଅନୁଗୁଳ : ଅନୁଗୁଳ ଷ୍ଟେସନରେ ପହଞ୍ଚିଥିବା ଲାଇଫ ଲାଇନ ଏକ୍ସପ୍ରେସ ଦ୍ବାରା ସୋମବାର ସ୍ବାସ୍ଥ୍ୟସେବା ଆରମ୍ଭ ହୋଇଛି। ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ତ୍ରିଲୋଚନ ପ୍ରଧାନ, ଭାରତୀୟ ରେଳବାଇ ପକ୍ଷରୁ ସତବୀର ସିଂହ, ବ୍ରିଜେଶ କୁମାର ଏମସିଏଲ ମାଇନିଂ ପକ୍ଷରୁ ମୁକେଶ କୁମାର, ସମୀର ମଲ୍ଲିକ ଏବଂ ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନର ମୁଖ୍ୟ ଡ଼ା ରୋହିନୀ ଚୋଗୁଲେ ଉପସ୍ଥିତ ଥିଲେ। ଏହା ଦ୍ବାରା ୩୦ ତାରିଖ ଯାଏଁ ଅଞ୍ଚଳବାସୀ ମାଗଣା ଚିକିତ୍ସା ସୁବିଧା ପାଇବେ। ଭାରତ ତଥା ସାରା ବିଶ୍ୱର ପ୍ରଥମ ହସପିଟାଲ ଇନ୍ ଟ୍ରେନ ଭିତରେ ଅତ୍ୟାଧୁନିକ ଅସ୍ତ୍ରୋପଚାର ଯନ୍ତ୍ରପାତି ରହିଛି। ଦେଶର କୋଣ ଅନୁକୋଣରୁ ଅଭିଜ୍ଞ ଡାକ୍ତର ମାନେ ଆସି ରୋଗୀଙ୍କୁ ଚିକିତ୍ସା କରିବା ଏବଂ ଅସ୍ତ୍ରୋପଚାର କରିବା ବ୍ୟବସ୍ଥା ରହିଥିବାରୁ ଏହାକୁ ଲାଇଫ ଲାଇନ ଏକ୍ସପ୍ରେସ କୁହାଯାଉଛି। ସମ୍ପୁର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବା ସହ ଆବଶ୍ୟକ ଉପକରଣ ଏବଂ ଔଷଧ ଯୋଗାଇ ଦିଆ ଯିବା ବ୍ୟବସ୍ଥା ମଧ୍ୟ ରହିଛି। ତେଣୁ ଜିଲ୍ଲାବାସୀ ଏହାର ସୁଯୋଗ ନେବାକୁ

ଅନୁରୋଧ କରିଛି ଏହାର ପରିଚାଳନା ସଂସ୍ଥା ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ। ସାରା ଦେଶରେ ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳର ଗରିବ ରୋଗୀମାନଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆ ଯାଇ ପାରିବ ସେଥିପାଇଁ ସଂସ୍ଥା ତରଫରୁ ଗତ ୧୯୮୪ ଠାରୁ ଉଦ୍ୟମ ଆରମ୍ଭ କରାଯାଇଛି। ସଂସ୍ଥାକୁ ୭ଟି ବଗି ଥିବା ଏକ ଟ୍ରେନ ରେଳ ବିଭାଗ ତରଫରୁ ମିଳିଛି। ସେଥିରେ ୨ଟି ଅସ୍ତ୍ରୋପଚାର ବଗି ଅଛି। ଯେଉଁଠି ଆଖି, କାନ, ଗୋଡ଼, ହାତ ଓ ମହିଳାଙ୍କ ବିଭିନ୍ନ ରୋଗର ଅସ୍ତ୍ରୋପଚାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଅତ୍ୟାଧୁନିକ ଯନ୍ତ୍ରପାତି ଅଛି। ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଓ ଅନ୍ୟାନ୍ୟ ସ୍ଥାନରୁ ଅଭିଜ୍ଞ ଡାକ୍ତରମାନେ ଆସି ଅସ୍ତ୍ରୋପଚାର କରୁଛନ୍ତି। ରେଲୱେ କଲ୍ୟାଣ ମଣ୍ଡପ ଏବଂ ରେଳ ଷ୍ଟେସନରେ ଥିବା ଏକ କନଫେରେନ୍ସ ହଲରେ ରୋଗୀମାନେ ଆସି ନିଜର ନାମ ପଞ୍ଜିକୃତ କରିବେ। ସେଠାରେ ଉପସ୍ଥିତ ଥିବା ଡାକ୍ତରମାନେ ରୋଗୀର ଅବସ୍ଥା ଦେଖି ଅସ୍ତ୍ରୋପଚାର କରିବାକୁ ଟ୍ରେନ ଭିତରକୁ ପଠାଇବେ।

Share

Leave a Reply