ପାଳଲହଡ଼ା: କାଳ ବୈଶାଖୀ ତାଣ୍ଡବରେ ୨୪ ଘଣ୍ଟା ପାଇଁ ବିଦ୍ୟୁତ ଯୋଗାଣ ଠପ୍ ହୋଇଯାଇଛି। ଶନିବାର ସନ୍ଧ୍ୟାରୁ ବିଦ୍ୟୁତ ବିଚ୍ଛିନ୍ନ ହେବା ପରେ ପୁନଃ ସଂଯୋଗ ପାଇଁ ପାଳଲହଡା ବିଦ୍ୟୁତ ବିଭାଗକୁ ପୂରା ଗୋଟିଏ ଦିନ ଲାଗିଯାଇଥିଲା।
ସୂଚନା ଅନୁସାରେ, ଶନିବାର କାଳ ବୈଶାଖୀ ଯୋଗୁ ବାରକୋଟ ଠାରେ ଥିବା ସୁଉଚ୍ଚ ବିଦ୍ୟୁତ ଟାୱାରକୁ ଧରାଶାୟୀ ହୋଇଥିଲା। ଫଳରେ ପାଳଲହଡ଼ାକୁ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଥିଲା। ଅନ୍ୟପଟେ ରେଙ୍ଗାଳି ଗ୍ରୀଡର ସଂଯୋଗରେ ମଧ୍ୟ ବିଭ୍ରାଟ ଥିବାରୁ ବିଦ୍ୟୁତ ଯୋଗାଣ ସମ୍ଭବ ହୋଇପାରିନଥିଲା। ରେଙ୍ଗାଳି ଗ୍ରୀଡର ସଂଯୋଗକୁ ରବିବାର ଦିନତମାମ ଲାଗି ସଜାଡିବା ପରେ ସନ୍ଧ୍ୟାରେ ପାଳଲହଡାବାସୀ ବିଦ୍ୟୁତ ସଂଯୋଗ ପାଇପାରିଥିଲେ। ତେବେ ୨୪ ଘଣ୍ଟା ଧରି ବିନା ବିଦ୍ୟୁତରେ ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକ ଦେଇଥିବା ଜଣାଯାଇଛି।