ବନ୍ଧୁକ ଦେଖାଇ ଜନ ସେବା କର୍ମଚାରୀଙ୍କଠାରୁ ୩୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

You are currently viewing ବନ୍ଧୁକ ଦେଖାଇ ଜନ ସେବା କର୍ମଚାରୀଙ୍କଠାରୁ ୩୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଛେଣ୍ଡିପଦା: ଅନୁଗୁଳ ଛେଣ୍ଡିପଦା ରାଜ୍ୟ ରାଜପଥ କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରେ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୩୫ ହଜାର ଟଙ୍କା ଲୁଟିନେଇଛନ୍ତି।

ସୂଚନା ଅନୁସାରେ, ରାଇଝରଣ ଗାଁରେ ଥିବା ଏସବିଆଇ ଜନସେବା କେନ୍ଦ୍ରର ରିଙ୍କୁ ସାହୁ ଗତକାଲି ଏକ ସ୍କୁଟିରେ କୋଶଳାରେ ଥିବା ଏସବିଆଇ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବା ପାଇଁ ଆସୁଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ପଲସର ମୋଟର ସାଇକେଲରେ ଆସି ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରେ ବନ୍ଧୁକ ଦେଖାଇ ରିଙ୍କୁଙ୍କ ଠାରୁ ୩୫ ହଜାର ଟଙ୍କା ଲୁଟି ନେଇଥିଲେ।

ଏ ନେଇ ରିଙ୍କୁ ଛେଣ୍ଡିପଦା ଥାନାରେ ଜଣାଇବା ପରେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି। ଏଥିସହ କୋଶଳା ବଜାରରେ ଲାଗିଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଥିବା ଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ ସୂଚନା ଦେଇଛନ୍ତି।

Share

Leave a Reply