ପିତାବଳୀ ଓ କଳିଙ୍ଗାଙ୍କ ରତ୍ନମୁଦ ସହ ନୂତନ ବିଗ୍ରହ ସ୍ଥାପିତ

0

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଖଲାରୀ ପଞ୍ଚାୟତ ଖମାର ଗ୍ରାମରେ ଗ୍ରାମ ଦେବୀ ପିତାବଳୀ ଓ କଳିଙ୍ଗାଙ୍କ ରତ୍ନମୁଦ ସ୍ଥାପିତ ହୋଇଛି। ନଭେମ୍ବର ୨୬ରେ କଳସ ଯାତ୍ରା ଓ ନଭେମ୍ବର ୨୭ ରେ ଯଜ୍ଞ ଆରମ୍ଭ ହୋଇ ନଭେମ୍ବର ୨୮ ପୂର୍ଣ୍ଣାହୁତି ସହ ୩ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି।
ଏହି ଉତ୍ସବରେ ମହିଳା ମାନେ କଳସ ମଣ୍ଡନ କରି ବହୁ ଦୂର ପଦଯାତ୍ରା ଓ ଘଣ୍ଟ ଶଙ୍ଖ ବାଦ୍ୟ ସାଉଣ୍ଡ ସହ ଏକ ଶୋଭାଯାତ୍ରାରେ ବାହାରି ଯଜ୍ଞ ସ୍ଥାନରେ ନବ ବସ୍ତ୍ର ପରିଧାନ କରି ପହଞ୍ଚିବା ପରେ ହୋମ ନାମଯଜ୍ଞ ଓ ବୈଦିକ ରୀତିନୀତି ଅନୁସାରେ ପୂଜା ପାଳନ ହୋଇଥିଲା।

ଏହି ଉତ୍ସବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗ ଦେଇ ମା’ଙ୍କ ଆଶୀର୍ବାଦ ଲାଭ କରି ଥିଲେ। ଗ୍ରାମର ଆବାଳ ବୃଦ୍ଧ ବନିତା ଯୋଗ ଦାନ ଦେଖିବାକୁ ମିଳିଥିଲା। ଏଠାରେ ଅନ୍ନପ୍ରସାଦ ସେବନ ଓ ଥଣ୍ଡା ପାନୀୟ ବ୍ୟବସ୍ଥା ହୋଇଥିଲା।

Leave A Reply

Your email address will not be published.

error: Content is protected !!