ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଏମ୍ସିଏଲ୍. ପକ୍ଷରୁ ହେଁସମୂଳ ସହରସାହି ସ୍କୁଲର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଯିବା ପାଇଁ ଖଣି ପକ୍ଷରୁ ବସ୍ ବ୍ୟବସ୍ଥା ନକରିବା ପ୍ରତିବାଦରେ ଶନିବାର ସକାଳ ୯ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଭୁବନେଶ୍ବରୀ କୋଇଲା ଖଣି ପରିବହନ ରାସ୍ତା ଅବରୋଧ କରିବା ସହିତ ଅଭିନବ ଉପାୟରେ ରାସ୍ତା ଉପରେ ବସି ପାଠ ପଢ଼ିଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ ଏହି ରାସ୍ତାରେ କୋଇଲା ପରିବହନ ଗାଡି ଗୁଡିକ ସଂପୂର୍ଣ୍ଣ ବନ୍ଦ ରହିଥିଲା ମଧ୍ୟାହ୍ନ ୧୨ ଘଟିକା ସମୟରେ ଭୁବନେଶ୍ବରୀ କୋଇଲା ଖଣି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଡେସ୍ପାଚ୍ ଇନ୍ଚାର୍ଜ ଘଟଣାସ୍ଥଳକୁ ଆସି ଆସନ୍ତା ଏକ ସପ୍ତାହ ମଧ୍ୟରେ ସ୍କୁଲ୍ ବସ୍ ଚଳାଚଳ କରିବାର ପ୍ରତିଶୃତି ଦେଇଥିଲେ । ଏହା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ତାପରେ କୋଇଲା ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା । ଯଦି ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ବସ୍ ଖଣି କର୍ତ୍ତୃପକ୍ଷ ବ୍ୟବସ୍ଥା ନକରନ୍ତି ତେବେ ପୁର୍ନବାର ଆନ୍ଦୋଳନ କରାଯିବ ବୋଲି ଗ୍ରାମର ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି
ସ୍କୁଲବସ୍ ଦାବିରେ ଖଣି ରାସ୍ତା ଅବରୋଧ
- Post published:March 6, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
