ଜାତୀୟ ଖେଳାଳିଙ୍କୁ ବିଧାୟକଙ୍କ ସମ୍ବର୍ଦ୍ଧନା

You are currently viewing ଜାତୀୟ ଖେଳାଳିଙ୍କୁ ବିଧାୟକଙ୍କ ସମ୍ବର୍ଦ୍ଧନା

ଅନୁଗୁଳ: ଚଳିତ ମାସ ୨୫ତମ  ସିନିୟର ସ୍କୋଏ ମାର୍ଶଲ ଆର୍ଟ ପ୍ରତ ଯୋଗିତା ରାଜସ୍ଥାନର ଜୟପୁର ଜିଲ୍ଲା ସ୍ଥିତ ଇଞ୍ଜିନିୟର କଲେଜ ଠାରେ ତା ୧୮/୦୩/୨୫ ରିଖ ଠାରୁ ତା ୨୦/୦୩/୨୫ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି। ଉକ୍ତ ପ୍ରତିଯୋଗିତାରେ  ଓଡ଼ିଶାରୁ ବାଳକ ବିଭାଗର ୧୫ ଜଣ ଓ ବାଳିକା ୧୫ ଜଣ ଉଭୟ ମୋଟ୍ ୩୦ଜଣ ଖେଳାଳି ଅଂଶ ଗ୍ରହଣ କରିବେ। ଉକ୍ତ ଖେଳାଳି ମାନଙ୍କ ମଧ୍ୟରୁ ବାଳିକା ବିଭାଗର ଗୁଲଜାରୀ ଶ୍ୟାମାରାଗିଣୀ ଅନୁଗୁଳ ଜିଲ୍ଲାରୁ ଅଂଶ ଗ୍ରହଣ କରିବେ। ଉକ୍ତ ଖେଳାଳିଙ୍କୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ଓ ଖେଳାଳୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା  ଜଣାଇଁଛନ୍ତି। 

ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ କାଭ୍ୟା ଦାସ ରୈପ୍ୟ ପଦକ ହାସଲ କରିଥିବାରୁ ବିଧାୟକ ତାଙ୍କୁ ମଧ୍ଯ ଆର୍ଥିକ ସହୟତା ରାଶି  ପ୍ରଦାନ କରିଛନ୍ତି। ଉକ୍ତ ଖେଳାଳିଙ୍କୁ ପ୍ରଶିକ୍ଷକ  ଦୁଷ୍ୟନ୍ତ କୁମାର ନାଥ  ଶିକ୍ଷା ପ୍ରଦାନ କରୁଛନ୍ତି। ରାଜ୍ୟ ସମ୍ପାଦକ ଓ ପ୍ରତିଷ୍ଠାତା  ଏସ.କେ ସଲାଉଦ୍ଦିନ ଖେଳାଳି ମାନଙ୍କୁ ନେଇ ରାଜସ୍ଥାନ ଅଭିମୁଖେ ଯାତ୍ରା କରିବେ।

Share

Leave a Reply