ଗହଣା ଦୋକାନରେ ବହୁମୁଖୀ ଶୃଙ୍ଖଳା ଟିମ୍‌ର ଚଢ଼ାଉ

You are currently viewing ଗହଣା ଦୋକାନରେ ବହୁମୁଖୀ ଶୃଙ୍ଖଳା ଟିମ୍‌ର ଚଢ଼ାଉ

ଅନୁଗୁଳ: ବୁଧବାର ବହୁମୁଖୀ ଶୃଙ୍ଖଳା ଟିମ୍‌ ଅନୁଗୁଳ ସହର ବିଭିନ୍ନ ଗହଣା ଦୋକାନରେ ଚଢ଼ାଉ କରିଥିଲା। ବିଶେଷ କରି ଗହଣା ଦୋକାନରେ ଥିବା ଓଜନ ମେସିନ୍ ଯାଞ୍ଚ କରାଯାଇଥିଲା। ଟିମ୍ ସହରର ପ୍ରାୟ ୬ଟି ଦୋକାନରେ ଯାଞ୍ଚ କରିଥିବା ବେଳେ ଡେଲିମାର୍କେଟ୍ ନିକଟରେ ଥିବା ଏକ ଗହଣା ଦୋକାନରେ ଓଜନରେ ତ୍ରୁଟି ଥିବା ଜଣାପଡ଼ିଥିଲା। ଓଜନ ମେସିନ୍‌ରେ ତ୍ରୁଟି ଥିବା ଜଣାପଡ଼ିବା ପରେ ବ୍ୟବସାୟୀଙ୍କୁ ତାଗିଦ୍ କରାଯାଇଛି । ଏଥିସହ ବ୍ୟବସାୟୀଙ୍କ ଠାରୁ ଏକ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଚଢ଼ାଉରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ସୁଶାନ୍ତ କୁମାର ମହାପାତ୍ର, ବୈଧ ମାପ ବିଜ୍ଞାନର ବରିଷ୍ଠ ନିରୀକ୍ଷକ ପୃଥ୍ବୀରାଜ ହାଁସଦାଙ୍କ ସମେତ ପୁଲିସ୍‌ କର୍ମଚାରୀ ସାମିଲ ଥିଲେ।

Share

Leave a Reply