ନାବାଳିକା ଅପହରଣ ଓ ବଳାତ୍କାର ମାମଲା, ୮ ମାସ ପରେ ଅଭିଯୁକ୍ତ ଗିରଫ

0

ଅନୁଗୁଳ: ଜଣେ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ବଅଁରପାଳ ଥାନା ପୁଲିସ ଏକଘରିଆ ଗ୍ରାମର ସିପୁ ଓରଫ ପୃଥ୍ବୀରାଜ ନାଏକ(୨୪) କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି । ଆଠ ମାସ ତଳେ ତେଣ୍ଟୁଲୋଇ ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏସ୍‌ଆଇ ବିଚିତ୍ର ଲେଙ୍କା ଘଟଣାର ତଦନ୍ତକାରୀ ଅଧିକାରୀ ଥିବା ବେଳେ ମୋବାଇଲ୍ ଫୋନ୍ ଟ୍ରାକ୍ କରି ୮ ମାସ ପରେ ସିପୁକୁ ଧରିବାରେ ସଫଳ ହୋଇଥିଲେ । ଆଇଆଇସି ନରେଶ କୁମାର ସାହୁଙ୍କ କହିବା ଅନୁଯାୟୀ ଗତ ନଭେମ୍ବର ମାସରେ ନାବାଳିକାଙ୍କୁ ଘରୁ ଉଠାଇ ନେଇଥିଲା। ବଳାତ୍କାର କରିବା ସହ ୪ ଦିନ ପରେ ଛାଡ଼ି ଦେଇଥିଲା। ଏ ନେଇ ଥାନାରେ ଏକ ଏତଲା ହୋଇଥିଲା। ସିପୁ ଏହି ଘଟଣା ପରଠାରୁ ଫେରାର ଥିଲା।

Leave A Reply

Your email address will not be published.

error: Content is protected !!