ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣିର ଜରଡ଼ା ଗ୍ରାମବାସୀଙ୍କ ଥଇଥାନ ପାଇଁ ପଥରମୁଣ୍ଡାଠାରେ ଚାଲିଥିବା ପୁନର୍ବାସ କଲୋନୀ ନାମକୁ ବିରୋଧ କରିବା ଅଭିଯୋଗରେ ଏମସିଏଲ୍ ପକ୍ଷରୁ ପଥରମୁଣ୍ଡା ଗ୍ରାମର ୨ ଜଣଙ୍କ ନାମରେ ଏତଲା ଦିଆଯାଇଛି । ପ୍ରକାଶ ଥାଉ କି, ଗୁରୁବାର ଦିନ ଏମସିଏଲ ପକ୍ଷରୁ ସକାଳ ୧୦ଟା ବେଳେ କାମ କରିବାକୁ ଆସିଥିବା ଜେସିବି ମେସିନକୁ ଗ୍ରାମର ନିରୋଦ କୁମାର ସାହୁ ଏବଂ ଅନ୍ନପୂର୍ଣ୍ଣା ଦାସ ୨ ଜଣ ଜମିହରା ଦାବି କରି କାମ ବନ୍ଦ କରିଥିଲେ । ନିୟମ ମୁତାବକ ଭୂଅର୍ଜନ ନୀତି ନିୟମ ଅନୁଯାୟୀ ଚାକିରୀ ପାଇଁ ଯୋଗ୍ୟ ବିବେଚିତ ହେଉନଥିବା ପ୍ରକଳ୍ପ ଅଧିକାରୀ ନାରାୟଣ ପ୍ରସାଦ ପାତ୍ର ଏନଟିପିସି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେଠାରେ ଉପସ୍ଥିତ ଏମସିଏଲର ଅଧିକାରୀ ଏବଂ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହିତ କାମ ବନ୍ଦ କରିଥିଲେ । ଫଳରେ ଜରଡ଼ା ଅଧିବାସୀଙ୍କୁ ଥଇଥାନ ନେଇ ବିଳମ୍ବ ହେଉଥିବା ଶ୍ରୀ ପାତ୍ର କହିଛନ୍ତି। ଏନେଇ ପୁଲିସ ଗତକାଲି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଏମସିଏଲ୍ କାମକୁ ବିରୋଧ, ଥାନାରେ ମାମଲା
- Post published:September 4, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
