ନିରବିଗଲା “ଅନୁଷ୍ଟୁପ୍”, ପରଲୋକରେ କବି କୁମୁଦ ଚନ୍ଦ୍ର

You are currently viewing ନିରବିଗଲା “ଅନୁଷ୍ଟୁପ୍”, ପରଲୋକରେ କବି କୁମୁଦ ଚନ୍ଦ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନ୍ୟତମ ବରିଷ୍ଠ ସାରସ୍ୱତ ସାଧକ, ଗବେଷକ, ସମାଲୋଚକ, କବି କୁମୁଦ ଚନ୍ଦ୍ର ଦାଶଙ୍କ ରବିବାର ରାତିରେ ପରଲୋକ ଘଟିଛି। ସେ କିଛି ଦିନ ହେବ ପକ୍ଷାଘାତରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ। ତାଙ୍କ ପରଲୋକ ଖବର ପାଇ ବହୁ ସାରସ୍ୱତ ପ୍ରେମୀ, ଛାତ୍ରଛାତ୍ରୀ ସ୍ବର୍ଗତ ଦାଶଙ୍କ ବାସଭବନ ଅନୁଷ୍ଟୁପ୍‌କୁ ଛୁଟି ଯାଇଥିଲେ ଶେଷ ଦର୍ଶନ ପାଇଁ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।ସ୍ଥାନୀୟ ସୋମନାଥପୂର ଲ ଶାସନରେ ସେ ଜନ୍ମ ଗ୍ରହଣ କରିଥିଲେ। ୧୯୭୮ ମସିହାରୁ ସେ ବିଭିନ୍ନ କଲେଜ୍‌ରେ ଅଧ୍ୟାପନା ଆରମ୍ଭ କରିଥିଲେ । ୧ ୯୭୬ ରେ ତାଙ୍କର ପ୍ରଥମ କବିତା ପୁସ୍ତକ ମୁହୂର୍ତ୍ତ ଓ ଅନ୍ୟ ପୃଥିବୀ ପ୍ରକାଶିତ ହୋଇଥିଲା। ୨୦୦୪ ରେ ଶବ୍ଦାନ୍ତର କବିତା ପୁସ୍ତକ ପ୍ରକାଶିତ ହୋଇଥିଲା। ୨୦୦୯ ରେ ତାଙ୍କର ଆଉ ଗୋଟିଏ କବିତା ପୁସ୍ତକ କାବ୍ୟାଲୋକ ପ୍ରକାଶିତ ହୋଇଥିଲା।

ଓଡ଼ିଆ ଗବେଷଣା ପରିଷଦ,ଜିଲ୍ଲା ସାହିତ୍ୟ ସଂସଦ,ସମ୍ବାଦ ସାହିତ୍ୟ ଘର ଆଦି ଅନୁଷ୍ଠାନ ସହିତ ସେ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ  ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା। ତାଙ୍କ ପରଲୋକରେ ଓଡ଼ିଶାର ବହୁ ସାହିତ୍ୟିକ, ଆଲୋଚକ ଶୋକ ପ୍ରକାଶ କରିଛନ୍ତି। ସୋମବାର ଅପରାହ୍ନରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି।

Share

Leave a Reply