ଅନୁଗୁଳ: କରୋନା ଅଞ୍ଚଳରେ ଆତଙ୍କ ଖେଳାଇଲାଣି। ଏହା ସତ୍ତ୍ବେ ଅନେକ ଲୋକ ଆବଶ୍ୟକ କଟକଣା ମାନିବାକୁ ନାରାଜ। ଏହିଭଳି ଅମାନିଆଙ୍କ ପ୍ରତି ପ୍ରଶାସନ ପକ୍ଷରୁ ମଙ୍ଗଳବାର ପଦକ୍ଷେପ ନିଆଯାଇଛି। ପାଳଲହଡ଼ା ଟାଉନ ରାମାୟଣ ଛକ, ବଜାର ଛକ ଓ ନୂଆ ବସସ୍ଟାଣ୍ଡରେ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ଦାମୋଦର ପ୍ରଧାନ, ପାଳଲହଡ଼ା ଥାନାଧିକାରୀ କିଶୋର ସାମଲ, ଏଏସ୍ଆଇ ପ୍ରଦୀପ ପଟ୍ଟନାୟକ, ଶରତଚନ୍ଦ୍ର ସାମଲ ପ୍ରମୁଖ ଚଢ଼ଉ କରିଥିଲେ I ମାସ୍କ ପିନ୍ଧିନଥିବା ବାଇକ୍ ଆରୋହୀ, ଗହଳି ଥିବା ଦୋକାନ ଉପରେ ଜରିମାନା କରାଯାଇଥିଲା।
ପୁଲିସ ଯାଞ୍ଚ, ଅମାନିଆଙ୍କୁ ଜରିମାନା
- Post published:May 12, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
