ଅନୁଗୁଳ: ଯୌନଗତ, ନିଜସ୍ୱ ପରିଚତ, ଲିଙ୍ଗଗତ ବିଭିନ୍ନତାକୁ ଆନନ୍ଦର ସହ ପାଳିବା, ଅଧିକାର ସାବ୍ୟସ୍ତ କରିବା ଏବଂ ଆତ୍ମ ସମ୍ମାନର ସହ ଜୀବନଯାପନ କରିବା ଉଦ୍ଦେଶ୍ୟରେ ଆଜି ରେନବୋ ସ୍ୱାଭିମାନ ପଦଯାତ୍ରା ଆୟୋଜିତ ହୋଇଛି।
ଏହି ପଦ ଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ବାହାରି ବିଇଡି ଛକ ଦେଇ କଲେଜ ଛକ ପର୍ଯ୍ୟନ୍ତ ଯାଇଥିଲା। ଜିଲ୍ଲାର କିନ୍ନର ଗୋଷ୍ଠୀଭିତ୍ତିକ ଅନୁଷ୍ଠାନ ସୁନାଘର ପକ୍ଷରୁ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରାରେ ଶତାଧିକ କିନ୍ନର ସାମିଲ୍ ହୋଇଥିଲେ।