ରିଲିଜ୍ ହେଉ ହେଉ ଧମାକା କଲା ‘ସୂର୍ଯ୍ୟବଂଶୀ’

You are currently viewing ରିଲିଜ୍ ହେଉ ହେଉ ଧମାକା କଲା ‘ସୂର୍ଯ୍ୟବଂଶୀ’

ଅନୁଗୁଳ: ବଲିଉଡ ଷ୍ଟାର ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟାବଂଶୀ’ ରିଲିଜ୍ ହୋଇଛି। ଲୋକମାନେ ଏହି ଫିଲ୍ମକୁ ଦେଖିବା ପାଇଁ ଗତ ୨ ବର୍ଷରୁ ଅପେକ୍ଷା କରି ରହିଥିଲେ। ସେଥିପାଇଁ ଏହି ଫିଲ୍ମର ଜଲୱା ପ୍ରଥମ ଦିନରୁ ଦେଖାଯାଇଛି। ଏହି ଫିଲ୍ମରେ ରୋହିତ ଶେଟ୍ଟୀ ପ୍ରଡକ୍ସନ ଏବଂ ଅକ୍ଷୟ କୁମାର ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି। ଏହି ଯୋଡି ବର୍ତ୍ତମାନ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି। ଏହା ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି। ‘ସୂର୍ଯ୍ୟାବଂଶୀ’ ବକ୍ସ ଅଫିସରେ ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଛ। ରିଲିଜ୍ ଦିନ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିଲା। ଯାହା ସମସ୍ତ ରେକର୍ଡ ଭାଙ୍ଗିଛି।  ଆଡଭାନ୍ସ ବୁକିଂ ମାଧ୍ୟମରେ ଏହି ଫିଲ୍ମ ଦେଶରେ ପ୍ରାୟ ୨ କୋଟି ଟଙ୍କା ରୋଜଗାର କରିଛି। ଏହି ଆଡଭାନ୍ସ ବୁକିଂର ରୋଜଗାରକୁ ଦେଖିଲେ ଲାଗୁଛି ଯେ ଏହି ଫିଲ୍ମ ସହିତ ପ୍ରେକ୍ଷାଳୟର ଶୂନ୍ୟତା ଦୂର ହେବାକୁ ଯାଉଛି। କାରଣ ଏହି ରୋଜଗାରରୁ ଅନୁମାନ କରାଯାଇପାରେ ଯେ ଏହି ଫିଲ୍ମଟି ସହଜରେ ୧୦୦ କୋଟି ଅତିକ୍ରମ କରିବ।

Share

Leave a Reply