ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରାକାର ସାହୁଙ୍କ ପରଲୋକ, ଶ୍ୱାସ ରୋଗରେ ଥିଲେ ପୀଡ଼ିତ

You are currently viewing ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରାକାର ସାହୁଙ୍କ ପରଲୋକ, ଶ୍ୱାସ ରୋଗରେ ଥିଲେ ପୀଡ଼ିତ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନିରାକାର ସାହୁଙ୍କର ଶନିବାର ୬୩ ବର୍ଷ ବୟସରେ ପରଲୋକ ହୋଇଛି। ଆଜି ସକାଳୁ ସେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଥିଲା। ସେ ଶ୍ୱାସ ରୋଗରେ ପୀଡିତ ଥିଲେ ବୋଲି ପରିବାର ଲୋକ କହିଛନ୍ତି।

ଶ୍ରୀ ସାହୁ ସାନହୁଲା ହାଇସ୍କୁଲରୁ ପ୍ରଧାନ ଶିକ୍ଷକ ଭାବରେ ଅବସର ନେଇଥିଲେ। ତାଙ୍କ ମରୀଶରୀରକୁ ସାନହୁଲା ହାଇସ୍କୁଲକୁ ନିଆଯାଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ ସ୍ଥାନୀୟ ସରପଞ୍ଚ ଦୀପ୍ତିମୟୀ ସାହୁ, ସମିତିସଭ୍ୟା ମାନସୀ ପ୍ରଧାନଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ପହଞ୍ଚିଥିଲେ।ସେଠାରେ ଗାଁ ଲୋକ ଶ୍ରଦ୍ଧାଞ୍ଜଳି ଦେବା ପରେ ନିଜ ଗାଁ ଜରପଡା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Share

Leave a Reply