ମାଡ଼ି ଚାଲିଛି ସଂକ୍ରମଣ ଆର୍‌ଏମ୍‌ସି ହାଟ ବନ୍ଦ

You are currently viewing ମାଡ଼ି ଚାଲିଛି ସଂକ୍ରମଣ ଆର୍‌ଏମ୍‌ସି ହାଟ ବନ୍ଦ

ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆରଏମ୍‌ସି (ନିୟନ୍ତ୍ରିତ ବଜାର କମିଟି) ଅଧୀନରେ ଥିବା ହାଟଗୁଡ଼ିକ ବନ୍ଦ କରିଦିଆଯାଇଛି। ଏଣିକି ହାଟ ପରିବର୍ତେ ନିଜ ନିଜ ଇଲାକାରେ ପରିବା ବ୍ୟବସାୟୀମାନେ ସାମାଜିକ ଦୂରତ୍ଵ ବଜାୟ ରଖି ପସରା ଖୋଲିବାକୁ ପରାମର୍ଶ ଦିଆଯାଇଛି। ଆର୍‌ଏମ୍‌ସି ସମ୍ପାଦକ ଶମ୍ଭୁନାଥ ନାୟକଙ୍କ ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ହାଟଗୁଡ଼ିକରେ ଜନଗହଳି ନହେବାକୁ ଏହି ପଦକ୍ଷେପ ନିଆଯାଇଛି। ଅନୁଗୁଳ ହାଟ (ରବିବାର ଓ ଗୁରୁବାର) ସମେତ ବଅଁରପାଳ (ମଙ୍ଗଳବାର), ଜରପଡ଼ା (ସୋମବାର), ତୁକୁଡ଼ା (ଗୁରୁବାର), କୋଶଳା (ଗୁରୁବାର), ବନ୍ତଳା (ବୁଧବାର) ଓ ମହୀଧରପୁର (ଶୁକ୍ରବାର) ହାଟ ବନ୍ଦ କରାଯାଇଛି। ମଙ୍ଗଳବାର ଡାକବାଜି ଯନ୍ତ୍ର ଯୋଗେ ଏ ନେଇ ସଚେତନତା ସୃଷ୍ଟି କରାଯାଇଥିଲା।

Share

Leave a Reply