ଅନୁଗୁଳ: ସୋମବାର ଅପରାହ୍ଣ ସାଢେ଼ ଚାରିଟା ହେବ। ସ୍କୁଲ୍ ଛୁଟି ପରେ ଦଳେ ଛାତ୍ରୀ ଶିମିଲିପଡ଼ା ପାଞ୍ଚଛକିଆରୁ ରାଣୀଗୋଡ଼ା ଆଡ଼କୁ ଯାଉଥାନ୍ତି। ବାଇକ୍ ଆରୋହୀ ୨ ଜଣ ରୋମିଓ ଏତିକିବେଳେ ଦ୍ରୁତ ଗତିରେ ଛାତ୍ରୀଙ୍କ ଅତି ନିକଟ ନେଇ ଗାଡ଼ି ଚଲାଇ ଗଲେ ଓ କିଛି ସମୟ ପରେ ପୁଣି ଫେରିଲେ। ସତେ ଯେମିତି ଷ୍ଟଣ୍ଟ ଦେଖାଉଛନ୍ତି। ଦୂରରୁ ଦେଖୁଥିବା କିଛି ସ୍ଥାନୀୟ ବାସିନ୍ଦା ଏହା ଦେଖି ଦୁଇ ରୋଡ୍ ରୋମିଓଙ୍କୁ ଅଟକାଇ କାନ ମୁଣ୍ତାରେ ଦୁଇ ଚାରି ଥାପଡ଼ କଷି ଦେଲେ। ରୋଡ୍ ରୋମିଓ ଏତିକିରେ ଥଣ୍ତା। ଧୂଳି ଉଡ଼ାଇ ତତ୍କ୍ଷଣାତ୍ ପଳାଇଲେ। ଏବେ ଅନୁଗୁଳ ସହର ଛାତ୍ରୀ, ମହିଳାଙ୍କ ପାଇଁ ସୁରକ୍ଷିତ ମନେ ହେଉନାହିଁ। ଛିନ୍ତାଇ ପ୍ରତି ମାସରେ ଅବଶ୍ୟ ଘଟୁଛି। ଛିନ୍ତାଇ ପୂର୍ବରୁ ଦୁର୍ବୃତ୍ତ ଭିଡ଼ ଭିତରେ ରିହର୍ଲସେଲ୍ ମଧ୍ଯ କରୁଛନ୍ତି। ପୁଲିସ୍ ଏଥିପ୍ରତି ଦୃଷ୍ଟି ଦେବା ଉଚିତ୍।
ରୋଡ୍ ରୋମିଓ ଖାଇଲେ ଛେଚା
- Post published:February 2, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
