ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗ୍ରାମର ଜଣେ ମାନସିକ ଅସୁସ୍ଥ ଯୁବକ ଗତ ବୁଧବାର ଉଦ୍ଧାର ହୋଇଛନ୍ତି। ପରିବାର ଲୋକ ତାଙ୍କୁ ଗତ ୭ ମାସ ଧରି ଏକ କୋଠରୀରେ ବନ୍ଦ କରି ରଖାଯାଇଥିବା ବେଳେ ଖବର ପାଇ ସରପଞ୍ଚ ଲୋକନାଥ ସାହୁ ତାଙ୍କୁ ଉଦ୍ଧାର କରିଛନ୍ତି। ପ୍ରକଶ ଯେ, ବଡ଼ ଗୁଣ୍ଡୁରୀ ଗ୍ରାମର ଭଗବାନ ସାହୁ(୩୩)ଙ୍କର ସାମାନ୍ୟ ମସ୍ତିଷ୍କ ବିକୃତି ରହିଛି। ସେ ପୂର୍ବରୁ ଚିକିତ୍ସାଧୀନ ଥିଲେ। ନିୟମିତ ଔଷଧ ଖାଉଥିଲେ । ହେଲେ ମାସ ମାସ ଧରି ଭଗବାନଙ୍କର ଦେଖା ନପାଇବାରୁ ସାହିପଡ଼ୋଶୀ ତାଙ୍କ ଭାଇଭାଉଜଙ୍କୁ ପଚରାଉଚୁରା କରିଥିଲେ। କେବେବେଳେ ମାମୁ ଘର ତ କେତେବେଳେ ମାଉସୀ ଘର କହି ଗ୍ରାମବାସୀଙ୍କୁ ଭୁଲାଇ ଦେଉଥିଲେ । ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେବାରୁ ବୁଧବାର ସରପଞ୍ଚ ଶ୍ରୀ ସାହୁ ତାଙ୍କ ଘରକୁ ଯାଇ ଭଗବାନଙ୍କ ସମ୍ପର୍କରେ ପଚାରିଥିଲେ। ଠିକ୍ ସୂଚନା ନଦେଲେ ପୁଲିସରେ ଏତଲା ଦେବେ ବୋଲି କହିବା ପରେ ତାଙ୍କୁ ଘର ଭିତରେ କବାଟ ଦେଇ ରଖାଯାଇଥିବା ପ୍ରକାଶ କରିଥିଲେ । ଅଙ୍ଗନବାଡ଼ି, ଆଶା ଦିଦି ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଭଗବାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାଯାଇଛି ।
ମାନସିକ ଅସୁସ୍ଥ ଯୁବକଙ୍କୁ ଉଦ୍ଧାର କଲେ ସରପଞ୍ଚ, ୭ ମାସ ଧରି ବନ୍ଦ କୋଠରୀରେ ଥିଲେ ଅଟକ
- Post published:September 17, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
