ଅନୁଗୁଳ: ବର୍ତ୍ତମାନ ପରିସ୍ଥିତିରେ ଦେଶର କେତେକ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି। ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଗୁରୁବାର ଏକ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲିଛନ୍ତି। ଜିଲ୍ଲାରେ ନିଜ ଅଞ୍ଚଳରେ ପକ୍ଷୀ କିମ୍ବା କୁକୁଡ଼ାର ମୃତ୍ୟୁକୁ ନେଇ ଏହି ଫୋନ୍ ନମ୍ବର ମାଧ୍ୟମରେ ସୂଚନା ଦେବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ନିଜ ଅଞ୍ଚଳରେ ବାର୍ଡ ଫ୍ଲୁ ସମ୍ବନ୍ଧୀୟ କୌଣସି ସୂଚନା ଦେବାକୁ ୦୬୭୧-୨୪୧୪୩୧୦/୨୯୨୮୧୦୫୫୩୮ ଓ ୯୪୩୭୩୧୩୧୮୩ରେ ଯୋଗାଯୋଗ କରିବାକୁ କୁହାଯାଇଛି।
ବାର୍ଡ ଫ୍ଲୁ ପାଇଁ ସରକାରଙ୍କ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ
- Post published:January 8, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul