ଅନୁଗୁଳ: ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି ରାଜ୍ୟ ସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଏହି ସମାରୋହକୁ ଉଦଘାଟନ କରିଥିଲେ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଯଯାତି କେଶରୀ ପଟନାୟକ, ପୂର୍ବତନ ସଭାପତି ଦିଲେଶ୍ଵର ପ୍ରଧାନ, ବରିଷ୍ଠ ବିଜେପି ନେତା ଦିଲୀପ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ଅନୁଗୁଳ ବ୍ରିଜ ସଂଘର ସଭାପତି ଜୟ ପଟନାୟକ ଏବଂ ସମ୍ପାଦକ ଦିଲୀପ କୁମାର ସିହ୍ନା ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୯ ତାରିଖରେ ଉଦଯାପିତ ହେବାକୁ ଥିବାବେଳେ ବିଭିନ୍ନ ଜିଲ୍ଲାର ୮ ଟି ଟିମ ଏଥିରେ ଅଂଶ ଗ୍ରହଣ କରିଛନ୍ତି।