ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟର +୩ ସ୍ନାତକ ପାଠ୍ୟକ୍ରମର ତୃତୀୟ ବାର୍ଷିକ ପରୀକ୍ଷାଫଳ ୨୦୨୦ -୨୦୨୧ ପ୍ରକାଶିତ ହୋଇଛି . । ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାସ୍ହାର ୯୨.୯୧ ପ୍ରତିଶତ ରହିଥିବା ବେଳେ ଛାତ୍ରୀମାନେ ଛାତ୍ର ମାନଙ୍କଠାରୁ ଆଗରେ ରହିଛନ୍ତି। ଚଳିତ ବର୍ଷ ଛାତ୍ରୀଙ୍କ ପାସ୍ହାର ୯୪.୩୪ ପ୍ରତିଶତ ରହିଥିବା ବେଳେ ଛାତ୍ର ମାନଙ୍କର ୯୧.୧୨ ପ୍ରତିଶତ ରହିଛି। ବିଜ୍ଞାନ ବିଭାଗରେ ପାସହାର ସର୍ବାଧିକ ୯୬.୬୦ ପ୍ରତିଶତ ରହିଥିବା ବେଳେ କଳା ଓ ବାଣିଜ୍ୟ ବିଭାଗରେ ପାସ୍ହାର ଯଥାକ୍ରମେ ୯୧.୬୨ ଓ ୮୬.୦୫ ପ୍ରତିଶତ ରହିଛି। ବିଜ୍ଞାନ ବିଭାଗର ଭୂତତ୍ତ୍ବ ବିଜ୍ଞାନ ସମ୍ମାନର ଛାତ୍ର ଅଶ୍ୱିନୀ କୁମାର ସାହୁ , କଳା ବିଭାଗର ନୃତତ୍ୱ ବିଭାଗ ସମ୍ମାନର ଛାତ୍ର ଶୁଭ୍ରଜିତ ନାରାୟଣ ବଳ ଏବଂ ବାଣିଜ୍ୟ ବିଭାଗର ଛାତ୍ରୀ ଆରତୀ କୁମାରୀ ସିହ୍ନା ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଛନ୍ତି । ଏତଦ୍ ବ୍ୟତୀତ ବିଜ୍ଞାନ ବିଭାଗର ଛାତ୍ର ଅଶ୍ୱିନୀ କୁମାର ସାହୁ , ସର୍ବାଧିକ ନମ୍ବର ରଖି ଆମ ମହାବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ସ୍ନାତକ ହେବାର ଗୌରବ ଅର୍ଜନ କରିଛଛି ଛାତ୍ରଛାତ୍ରୀ ମାନଙ୍କର ଏହି ପରୀକ୍ଷାଫଳ ସେମାନଙ୍କ ଛଅଟି ସେମିଷ୍ଟାର ମୋଟ ଫଳାଫଳକୁ ନେଇ ପ୍ରସ୍ତୁତ କରାଯାଇଛି ,।ଏଥିରେ ଢେଙ୍କାନାଳ ସାଂସଦ ମହେଶ ସାହୁ ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଅତିଥିଭାବେ ଯୋଗ ଦେଇ ପରୀକ୍ଷା ଫଳପୁସ୍ତିକା ଉନ୍ମୋଚନ କରିଥିଲେ ।ଅଧକ୍ଷ ବିନୟ ଖିଲାର ,ପରୀକ୍ଷା ନିୟନ୍ତ୍ରକ ପାଣିଗ୍ରାହୀ ସୁବାସ ଚନ୍ଦ୍ର ଦାସ , ଉପନିୟନ୍ତ୍ରକ ବିରଞ୍ଚି ସାମଲ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ ।
ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟର ପରୀକ୍ଷାଫଳ ପ୍ରକାଶିତ
- Post published:September 24, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
