ଡିଜେ ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ

0

ଅନୁଗୁଳ: ସହର ଉପକଣ୍ଠ କୁରୁଡୁଲୁ ଗ୍ରାମରେ ରାସ୍ତା କଡ଼ରେ ଥିବା ଏକ ଡିଜେ ସାଉଣ୍ଡ ସହ ଗାଡ଼ି କେହି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଏତଲା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ୍ ସୂଚନା ମୁତାବକ, କୁରୁଡୁଲୁ ଗ୍ରାମର ଡିଲେଶ୍ବର ଦେହୁରୀଙ୍କ ୬ ବର୍ଷ ହେଲା ଓମ୍ ସାଉଣ୍ଡ ନାମରେ ଏକ ଡିଜେ ସାଉଣ୍ଡ ସେଟ୍ ରହିଛି । ସାଉଣ୍ଡକୁ ଏକ ଟ୍ରେକରରେ ଲୋଡ୍ କରି ସେ ତାଙ୍କ ଘର ସାମ୍ନାରେ ରଖିଥାନ୍ତି । ତେବେ ଶନିବାର ରାତିରେ ଡିଲେଶ୍ଵର ଘରେ ନଥିବା ବେଳେ ରାତି ପ୍ରାୟ ୩ଟା ବେଳେ ଡିଜେରେ କେହି ନିଆଁ ଲଗାଇ ଦେଇଥିଲା। ରାସ୍ତାରେ ଯାଉଥିବା ଲୋକଙ୍କ ଡାକରାରେ ଆସି ଦେଖିଲା ବେଳକୁ ଟ୍ରେକରଟି ହୁ ହୁ ହୋଇ ଜଳୁଥିଲା । ରବିବାର ସକାଳେ ଡିଲେଶ୍ୱରଙ୍କ ପତ୍ନୀ ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Leave A Reply

Your email address will not be published.

error: Content is protected !!