ଅନୁଗୁଳ: ଅନୁଗୁଳ ବ୍ଲକ୍ ତଥା ପୁରୁଣାଗଡ଼ ବନାଞ୍ଚଳ ବାଲିଜେରେଙ୍ଗ ଗ୍ରାମରେ ଏକ ମାଈହାତୀ ପରିତ୍ୟକ୍ତ କୂଅରେ ପଡ଼ି କଲବଲ ହେଉଛି। ଆଜି ସକାଳୁ ଗ୍ରାମର କିଛି ଲୋକ କୂଅରେ ହାତୀ ପଡ଼ିଥିବାଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ହାତୀଟି ୬ ଘଣ୍ଟାରୁ ଅଧିକ ସମୟ ହେବ ଏହି କୂଅରେ ପଡିଥିବା ଜଣାପଡିଛି । ଖାଦ୍ୟ ଅନ୍ୱେଷଣରେ ହାତୀପଲ ବୁଲୁଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି।
କୂଅରେ ପଡ଼ିଲା ହାତୀ, ଉଦ୍ଧାର ଜାରି
- Post published:March 11, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
