ପେଶାଗତ ହୋଇ ତଦନ୍ତ କରିବାକୁ ଆଇପିଏସଙ୍କୁ ପରାମର୍ଶ ଦେଲେ ପୋଲିସ ଡିଜି

You are currently viewing ପେଶାଗତ ହୋଇ ତଦନ୍ତ କରିବାକୁ ଆଇପିଏସଙ୍କୁ ପରାମର୍ଶ ଦେଲେ ପୋଲିସ ଡିଜି

ଅନୁଗୁଳ: ସୋସିଆଲ୍ ମିଡିଆ ସ୍ପିଡ୍ ସହ ତାଳ ଦେଇ କାମ କରିବାକୁ ପଡ଼ିବ । ସୋସିଆଲ ମିଡିଆରେ ତଥ୍ୟ, ଅଭିଯୋଗ ଓ ଗୁଜବ ଯେତେ ଶୀଘ୍ର ପ୍ରସାରିତ ହେଉଛି ପୁଲିସକୁ ସେହି ଅନୁସାରେ ତାଳ ଦେଇ କାମ କରିବାକୁ ପଡ଼ିବ । ରବିବାର ଭୁବନେଶ୍ବର ଠାରେ ଅନୁଷ୍ଠିତ ୬୨ତମ ପୁଲିସ ଅଧିକାରୀ ସମ୍ମିଳନୀରେ ଏହି ଆହ୍ୱାନ ଦେଇଛନ୍ତି ପୁଲିସ ଡିଜି ଅଭୟ ।
ଅପରାଧରେ ଶିକାର ହୋଇଥିବା ପୀଡ଼ିତଙ୍କୁ ସହାନୁଭୂତି ଦେଖାଇବାକୁ କହିଛନ୍ତି ଅଭୟ। ସଠିକ ତଦନ୍ତ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରାଥମିକତା ଦିଆଯିବାର ଆବଶ୍ୟକତା ରହିଛି । ବିଶେଷ କରି ଅପରାଧର ଶିକାର ମହିଳା ଓ ଶିଶୁଙ୍କୁ ସବୁ ସ୍ତରରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ପୁଲିସ ଡିଜି କହିଛନ୍ତି ।ପେଶାଗତ ଓ ନିରପେକ୍ଷ ହୋଇ ପୋଲିସ ତଦନ୍ତ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଡିଜିପି କହିଛନ୍ତି, ଅନେକ ମାମଲାର ତଦନ୍ତ ଟ୍ରାଏଲ ବେଳେ ବିଫଳ ହେଉଛି । ତଦନ୍ତ ବେଳେ ବୈଷୟିକ ଜ୍ଞାନକୌଶଳର ବହୁଳ ବ୍ୟବହାର ପାଇଁ ପରାମର୍ଶ ସହ ତଦନ୍ତ ପ୍ରକ୍ରିୟାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ପୀଡ଼ିତଙ୍କ ପ୍ରତି ପୁଲିସ ବ୍ୟବହାର କଣ ରହିଛି ତାହା ଫାଇଭ୍ ଟି ଫିଡବ୍ୟାକ୍ ଦ୍ୱାରା ଜାଣି ହେବ । ତେଣୁ ତଦନ୍ତ ନେତୃତ୍ୱ ନେଉଥିବା ପୁଲିସ ଅଧିକାରୀ ନିୟମିତ ଫିଡବ୍ୟାକର ସମୀକ୍ଷା କରିବା ଆବଶ୍ୟକ ବୋଲି ଡିଜିପି ଅଭୟ କହିଛନ୍ତି ।

Share

Leave a Reply